ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍‌’ ପକ୍ଷରୁ ସାରେଗାମା ପ୍ରତିଯୋଗିତା  ଆୟୋଜନ କରାଯାଇଥିଲା। ଆଜି ‘ସମ୍ବାଦ’ର ୯ଟି ଜୋନ୍‌ ଭୁବନେଶ୍ବର, କଟକ, ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର ଓ ଯାଜପୁରରେ ଏହି ପ୍ରତିଯୋଗିତା ହୋଇଥିଲା। ଦୁଇଟି ଯାକ ପ୍ରତିଯୋଗିତାରେ ମୋଟ୍‌ ୭୮୬ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ବିତର୍କରେ ୩୦୧ଜଣ ଭାଗ ନେଇଥିବା ବେଳେ ସାରେଗାମାରେ ୪୮୫ଜଣ ଭାଗ ନେଇଥିଲେ। ଏହି ଦୁଇଟି ଯାକ ପ୍ରତିଯୋଗିତାରେ କେବଳ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Advertisment

ଭୁବନେଶ୍ବର ସ˚ସ୍କରଣରେ ବିତର୍କରେ ୩୦ଜଣ ଓ ସାରେଗାମାରେ ୪୬ ଜଣ ଭାଗ ନେଇଥିଲେ। ବାଲେଶ୍ବର ସ˚ସ୍କରଣରେ ୪୦ଜଣ ବିତର୍କରେ ଓ ୮୧ଜଣ ସାରେଗାମାରେ, ଜୟପୁର ସ˚ସ୍କରଣରେ ୨୯ଜଣ ବିତର୍କରେ ଓ ୫୭ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍‌ରେ ୬୩ଜଣ ବିତର୍କରେ ଓ ୮୦ଜଣ ସାରେଗାମାରେ ଭାଗ ନେଇଥିଲେ। ସେହିପରି ସମ୍ବଲପୁର ସ˚ସ୍କରଣରେ ବିତର୍କରେ ୩୦ଜଣ ଓ ସାରେଗାମାରେ ୭୬ଜଣ, କଟକ ସ˚ସ୍କରଣରେ ୩୫ଜଣ ବିତର୍କରେ ଓ ସାରେଗାମାରେ ୫୦ଜଣ, ଯାଜପୁର ସ˚ସ୍କରଣରେ ବିତର୍କରେ ୩୩ଜଣ ଓ ସାରେଗାମାରେ ୪୫ଜଣ, ରାଉରକେଲା ସ˚ସ୍କରଣରେ ବିତର୍କରେ ୨୫ ଜଣ ଓ ସାରେଗାମାରେ ୨୮ଜଣ, ଅନୁଗୁଳ ସ˚ସ୍କରଣରେ ବିତର୍କରେ ୧୬ଜଣ ଓ ସାରେଗାମାରେ ୨୨ଜଣ ଭାଗ ନେଇଥିଲେ। 

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାର ୧ଘଣ୍ଟା ପୂର୍ବରୁ ବିତର୍କର ବିଷୟବସ୍ତୁ ଘୋଷଣା କରାଯାଇଥିଲା। ବିଷୟ ଥିଲା ‘ଓଡ଼ିଶା ଧନୀ, ଓଡ଼ିଆ ଗରିବ: ପ୍ରାକୃତିକ ବିପର୍ଯ୍ୟୟ ଦାୟୀ କି?’ ପ୍ରତିଯୋଗୀମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ଏହି ବିଷୟବସ୍ତୁ ସପକ୍ଷରେ/ବିପକ୍ଷରେ ନିଜର ମତ ରଖିଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଭାଷା, ବିଷୟ ଓ ତର୍କକୁ ନେଇ ମାର୍କ ଦେଇଥିଲେ। ସେହିପରି ସାରେଗାମା ପ୍ରତିଯୋଗିତାର ପ୍ରତିଯୋଗୀମାନେ ଓଡ଼ିଆ ବା ହିନ୍ଦୀ ଭାଷାର ଲଘୁ କଣ୍ଠ ସଙ୍ଗୀତ (ଭଜନ/ଆଧୁନିକ) ଗାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଶେଷ ହେବା ପରେ ପୁରସ୍କୃତ କରାଯାଇଥିଲା। ପ୍ରତି ଜୋନ୍‌ରେ ଉଭୟ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହି କୃତୀ ପ୍ରତିଯୋଗୀମାନେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ। ଏନେଇ ଖୁବ୍‌ ଶୀଘ୍ର ସବିଶେଷ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବ।