ସମ୍ବଲପୁର: ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ରୂପ ନାରାୟଣ ସୁନାକର୍ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼-ଲାଞ୍ଜିଗଡ଼ ରୋଡ୍ ସେକ୍‌ସନ ଓ ବଲାଙ୍ଗୀର-ଝାରତରଭା ସେକ୍‌ସନ୍‌ (ବଲାଙ୍ଗୀର-ଖୋର୍ଦ୍ଧାରୋଡ୍‌ ଲାଇନ୍‌ ଅନ୍ତର୍ଗତ) ନିରୀକ୍ଷଣ ଓ ଯାଞ୍ଚ କରିଛନ୍ତି।

Advertisment

ଜିଏମ୍‌ ଶ୍ରୀ ସୁନାକର ଏହି ସେକ୍‌ସନ୍‌ ଦ୍ବୟରେ ଚାଲିଥିବା ବିଭିନ୍ନ ରେଳପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ବିଭିନ୍ନ ଷ୍ଟେସନ୍‌ରେ ଉପଲବ୍‌ଧ ଯାତ୍ରୀ ସୁବିଧାର ଯାଞ୍ଚ କରିଥିଲେ। ପରିଦର୍ଶନବେଳେ ତାଙ୍କ ସହ ଡିଆର୍‌ଏମ୍‌ ବିନିତ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ଭିତ୍ତିଭୂମି ବିକାଶ ଓ ଉନ୍ନୟନ କାର୍ଯ୍ୟ ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିବାରୁ ବର୍ତ୍ତମାନ ରେଳ ଅଧିକାରୀମାନେ ସେ ଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି।