ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ ସମ୍ବଲପୁର କଳାକାରଙ୍କ ଚମକ

ସମ୍ବଲପୁର : ଇଣ୍ଡିଆନ୍ କନ୍‌ଟେମ୍ପରାରି ଆର୍ଟସ୍ ଆସୋସିଏସନ୍(ଆଇସିଏଏ) ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଭର୍ଚୁଆଲ୍ ଆର୍ଟ‌୍ ସୋ’ ଅଲମ୍ପିଆରେ ପଶ୍ଚିମ ଓଡ଼ିଶାର ୮ ଜଣ ବିଶିଷ୍ଟ ଚିତ୍ର ଶିଳ୍ପୀଙ୍କ ଅଲିମ୍ପିକ ସଂପର୍କିତ କଳାକୃତି ସ୍ଥାନ ପାଇଛି। ଆଇସିଏଏ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଦିଲୀପ ତିର୍କି ଉଦ୍‌ଘାଟନ କରିଥିବାବେଳେ ସଂଜୀବ ବିଶ୍ବାଳ ସଂଯୋଜନା କରିଥିଲେ।

ଏହି ସୋ’ରେ ୫୨ ଜଣ ଜାତୀୟ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀଙ୍କ କଳାକୃତିକୁ ବାଛି ସ୍ଥାନ ଦିଆ ଯାଇଥିଲା। ସେଥିରେ ସମ୍ବଲପୁରର ୭ ଜଣ ଓ ବରଗଡ଼ର ଜ‌ଣଙ୍କର ଚିତ୍ର ସ୍ଥାନ ପାଇଥିଲା। ସଂଜୟ ସାହୁଙ୍କ ‘ଡ୍ରିମ୍’, ମନୋଜ ଚୌଧୁରୀଙ୍କ ‘ଜିଙ୍ଗ୍ ଅଫ୍ ଦି ରିଙ୍ଗ୍’, ମହେଶ ‌ପାଣ୍ଡେଙ୍କ ‘ଓପନିଂ ସେଲିବ୍ରେସନ୍’, ପ୍ରେମଚାନ୍ଦ ରାଉତଙ୍କ ‘ଦି ନାଇଟ୍‌ସ ଅଫ୍ ଗ୍ଲୋରି’, ବନ୍ଦନା ମିଶ୍ରଙ୍କ ‘ଜମ୍ପ୍‌ସ ଅଫ୍ ପ୍ରାଇଡ୍’, ସୁଜାତା ବେହେରାଙ୍କ ‘ଡାଇଭିଂ ଫର୍ ଗ୍ଲୋରି’ ଅନୁରେଖା ଜେନାଙ୍କ ‘ସ୍ପ୍ରାଇଣ୍ଟର’, କୁଶ ଭୂୟାଁଙ୍କ ‘ମିସନ୍-୨୧’ ସ୍ଥାନ ପାଇଛି। ଏହି କଳାକୃତି ଗୁଡ଼ିକର ରିଲ୍ ଭିଡିଓ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଟୋକିଓରେ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର