ସମ୍ବଲପୁର: କାର୍‌ ଓ ବସ୍‌ ଦୁର୍ଘଟଣାରେ ୧ ମୃତ; ୮ ଆହତ

ସମ୍ବଲପୁର: ରବିବାର ସକାଳେ ରେଢ଼ାଖୋଲ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ବେତଗଡ଼ ନିକଟରେ କାର୍‌ ଓ ବସ୍‌ ସାମ୍ନାସାମ୍ନି ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୮ ଜଣ ଆହତ ହୋଇଛନ୍ତି।

ଆଜି ସକାଳେ OD-15-D-0878 ନମ୍ବରଧାରୀ ଏସ୍‌. କୁମାର ନାମକ ଯାତ୍ରୀବାହୀ ବସ୍‌ ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ବଲାଙ୍ଗୀରରୁ ଅନୁଗଳ ଯାଉଥିବା OD-03G -2090 ନମ୍ବର ବିଶିଷ୍ଟ କାର୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ବଲାଙ୍ଗୀର ସତ୍ୟନାରାୟଣପଡ଼ା ନିବାସୀ କାର୍‌ ଚାଳକ ୪୩ ବର୍ଷିୟ ରାକେଶ ପାଣ୍ଡେ। କାର୍‌ରେ ଥାଇ ଆହତ ହୋଇଥିବା ଅନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି: ବଲାଙ୍ଗୀର ୨୭ ବର୍ଷିୟ ସ୍ମୃତି ରଞ୍ଜନ ସାହୁ, ୨୫ ବର୍ଷିୟ ଦେବରାଜ ନାଗ, ୨୪ ବର୍ଷିୟ ନିଶିକାନ୍ତ ଜେନା ଏବଂ ୧୮ ବର୍ଷିୟ ଓଁ ପ୍ରକାଶ। ଚିକିତ୍ସା ନିମନ୍ତେ ଏମାନଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଛି।

ଆହତ ବସ୍‌ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି କାଙ୍କଡ଼ପଡ଼ାର ୩୫ ବର୍ଷିୟ ଗିରୀଶ ସାହୁ, ମାନପୁର ଢେଙ୍କାନାଳର ୫୨ ବର୍ଷିୟ ରମେଶ ରାଉତରାୟ ଓ ବଅଁରନାଳୀର ୩୮ ବର୍ଷିୟ ଗୋଲାପୀ ଦେହୁରୀ। ଆହତ ଗିରୀଶ ସାହୁଙ୍କୁ ମଧ୍ୟ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର