ସମ୍ବଲପୁର : ସମ୍ବଲପୁର-ରାଉରକେଲା ନବନିର୍ମିତ ଚାରି ଲେନ ରାସ୍ତାରେ ଟୋଲ ସଂଗ୍ରହକୁ ବିରୋଧ କରି ସୋମବାର ୨ ତାରିଖ ଦିନ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଦେଇଥିବା ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ମଞ୍ଚ (ହାଇେଓ୍ଵ ୟୁଜର୍ସ ଫୋରମ)ରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ ସଂଗଠନ, ଓକିଲ ସଂଘ, ରାଜନୈତିକ ଦଳ ଓ ସାଧାରଣ ଲୋକ ରହିଛନ୍ତି। ସୋମବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡ଼ି ମଟର ବନ୍ଦ କରାଯିବ। ତେବେ ରେଳ ରୋକ କରାଯିବ ନାହିଁ। ବନ୍ଦରୁ ସ୍କୁଲ, କଲେଜ, ଡାକ୍ତରଖାନା, ଦୁଗ୍ଧ ଗାଡ଼ି, ଗ୍ୟାସ୍ ଗାଡ଼ି, ଦମକଳ, ଆମ୍ବୁଲାନ୍ସ, ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କ ଗାଡ଼ି, ସ୍କୁଲ କଲେଜ୍ ୟୁନିଫର୍ମ ପିନ୍ଧିଥିବା ଛାତ୍ରଛାତ୍ରୀଙ୍କ ଗାଡ଼ି, ବିବାହ କାର୍ଯ୍ୟରେ ନିୟୋଜିତ ଗାଡ଼ି ଆଦିକୁ ବାଦ ଦିଆଯିବ। ଅପର ପକ୍ଷରେ ସୋମବାର ମଧ୍ୟ ବିଭିନ୍ନ ଆଦିବାସୀ ଓ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ଥିବା ସଂଗଠନ ଗୁଡ଼ିକ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡ଼ି ମଟର ବନ୍ଦ କରିବା ସହ ରେଳ ରୋକ କରିବେ ବୋଲି ଘୋଷଣା କରିଛନ୍ତି। ସେମାନେ ସକାଳେ ସମ୍ବଲପୁର ଷ୍ଟେସନରେ ପୁରୀ ଇଣ୍ଟରସିଟି ଓ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ଅଟକାଇବା ଯୋଜନା ରହିଛି।
ଆଜି ସମ୍ବଲପୁର ବନ୍ଦ
/sambad/media/post_attachments/wp-content/uploads/2018/04/sambal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)