‘ଟିଚ୍‌ ଫର୍‌ ସମ୍ବଲପୁର’ : ପାଠ ପଢ଼ାଇଲେ ଜିଲ୍ଲାପାଳ

ସମ୍ବଲପୁର : ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସରକାରୀ ସ୍କୁଲ୍‌ରେ ଶିକ୍ଷାଦାନ ପାଇଁ ଆରମ୍ଭ ହୋଇଛି ‘ଟିଚ୍‌ ଫର୍‌ ସମ୍ବଲପୁର’। ଗତ ୨୯ତାରିଖଠାରୁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଲାଗି ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଏହି ଅଭିନବ ଯୋଜନା। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ସାମିଲ୍‌ ହେବା ସହିତ ଆଜି ଲେଡି ଲୁଇସ୍‌ ହାଇସ୍କୁଲ୍‌କୁ ଯାଇ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି।

‘ମୋ ସ୍କୁଲ୍‌ ଅଭଯାନ ଯୋଜନା’ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ଆଇଆଇଏମ୍‌, ସମ୍ବଲପୁର; ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି, ଗଙ୍ଗାଧର ମେହେର ୟୁନିଭର୍ସିଟି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପଞ୍ଜୀକୃତ ସ୍ୱେଚ୍ଛାସେବୀମାନେ ଶିକ୍ଷାଦାନ କରୁଛନ୍ତି।

ଆଜି ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀମାନେ ବିଭିନ୍ନ ସ୍କୁଲ୍‌ରେ ପାଠ ପଢ଼ାଇଛନ୍ତି। ଏଥିସହିତ, ଆଜି ଲେଡି ଲୁଇସ, ମ୍ୟୁନିସିପାଲ, ଗଣେଶରାମ ହାଇସ୍କୁଲ ଏବଂ ନବରଙ୍ଗଲାଲ ହାଇସ୍କୁଲରେ ଟିଚ୍‌ ଫର୍‌ ସମ୍ବଲପୁର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏବଂ, ୫୦ଟି ସ୍କୁଲରେ ୧୨୩ ଶିକ୍ଷକ ସ୍ୱେଚ୍ଛାସେବୀ ୨୦୩୫ ବିଦ୍ୟାର୍ଥୀଙ୍କୁ ପାଠ ପଢାଇଛନ୍ତି। ଏହି ଅବସରରେ ୧୩୨ ଶିକ୍ଷକ-ଶିକ୍ଷୟିତ୍ରୀ, ୪୫୧ ଅଭିଭାବକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର