ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)ରେ ନିମ୍ନମାନର ଛୁଞ୍ଚି ବ୍ୟବହାର ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ। ୫-ଟି ମୋ ସରକାର, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଦିଙ୍କୁ ଟ୍ୟାଗ୍ କରି ସେ ଏହି ଅଭିଯୋଗ ନେଇ ଟ୍ବିଟ୍ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ଡିଏଚ୍ଏଚ୍ରେ ଡ୍ରେସିଂ ସମୟରେ ନିମ୍ନମାନର ଛୁଞ୍ଚିକୁ ବ୍ୟବହାର କରାଯାଉଛି,ଯାହାକୁ ଜୋର କରି ଧରି ସିଲାଇ କରିଲେ ତାହା ମୋଡି ହୋଇଯାଉଛି। ତା ସହିତ ଡ୍ରେସିଂ ସମୟରେ ଦରକାର ପଡୁଥିବା ଗଜ୍ କପଡ଼ା ଓ ଅଏଣ୍ଟମେଣ୍ଟ ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି।