ସମ୍ବଲପୁର: ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର୍ ଆସନ୍ତା ୨୧ ତାରିଖ ଉଦ୍‌ଘାଟନ ହେବ। ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯିବା ସହ ଏହାକୁ ସଜା ଯାଉଛି। ଫ୍ଲାଇଓଭର୍‌ ରାସ୍ତାର ମଝିରେ ବିଭାଜକ ଚିହ୍ନ ଦିଆଯିବା ସହ ଉଭୟ ପର୍ଶ୍ବରେ ରଂଗିନ ଚିତ୍ର ଅଙ୍କା ଯାଇଛି। ପ୍ରବେଶ ସ୍ଥଳରେ ଝୋଟି ଅଙ୍କାଯାଉଛି। ପୂର୍ବରୁ ଫ୍ଲାଇଓଭର୍‌ରେ ଲାଇଟ୍‌ ଲାଗି ଏହା ଆଲୋକିତ ହୋଇ ସାରିଛି। ଏହାର ଧୁଚୁରାପଡ଼ା, ଗୁଜୁରାତି କଲୋନି ଆଶାପଲ୍ଲୀ ସ୍କୁଲ୍ ପାର୍ଶ୍ବର ସର୍ଭିସ୍‌ ରୋଡ୍ ମଧ୍ୟ ନିର୍ମାଣ କରାଯାଇଛି।

Advertisment

publive-image

ତେବେ ଫ୍ଲାଇଓଭର୍‌ର ଜଳ ନିଷ୍କାସନ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇ ନାହିଁ। ବର୍ଷା ହେଲେ ଏହା ତଳେ ଯାଉଥିବା ଲୋକଙ୍କ ଉପରେ ପଡ଼ୁଛି। ସେହିପରି ଗୋଲବଜାର ଛକରୁ ମୁନ୍‌ସିପାଲ୍‌ଟି ଛକ ପର୍ଯ୍ୟନ୍ତ ଏହାର ଉଭୟ ପାର୍ଶ୍ବ ସର୍ଭିସ୍‌ ରୋଡ୍ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇପାରି ନାହିଁ। ଏସବୁ ସତ୍ତ୍ବେ ଫ୍ଲାଇଓଭର୍ ଖୋଲୁଥିବାରୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। କିନ୍ତୁ ଧୁଚୁରାପଡ଼ା, ଗୁଜୁରାଟି କଲୋନି ଅଞ୍ଚଳର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସହରର ଟ୍ରାଫିକ୍ ପରିଚାଳନାରେ ଏହି ଫ୍ଲାଇଓଭର୍ କେତେ ସହାୟକ ହେବ ତାହା ଆଗାମୀ ଦିନରେ ଜଣା ପଡ଼ିବ।