ମୁମ୍ବାଇରୁ ସମ୍ବଲପୁର ନାବାଳିକା ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଧମା ଅଞ୍ଚଳର ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ଘର ପାଖର ଜଣେ ମହିଳା କାମ ଦେବି ବୋଲି କହି ମୁମ୍ବାଇ ନେଇଯାଇଥିଲେ। ସେଠାରେ ସେ ନିଜ ଛୁଆକୁ ଧରିବା କାମ ଦେଇଥିଲେ। ପାଖାପାଖି ବର୍ଷେ ହେବ ନାବାଳିକା ଜଣକ ମୁମ୍ବାଇରେ ରହି ତାଙ୍କ ଛୁଆକୁ ଧରିବା ସହ ଘର କାମ କରୁଥିଲେ। ତେବେ ତାଙ୍କୁ ଠିକ୍‌ରେ ଖାଇବା ପାଇଁ ବି ଦେଉ ନଥିବାରୁ ନାବାଳିକା ଜଣକ ଗତ ସପ୍ତାହରେ ଘରୁ ବାହରକୁ ଚାଲି ଯାଇଥିଲେ।

ସେଠାକାର ଲୋକେ ଦେଖି ତାଙ୍କୁ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲ। ତାପରେ ତାଙ୍କୁ ସମ୍ବଲପୁର ସିଡବ୍ଲୁସିକୁ ଅଣାଯାଇଥିଲା। ପଚରା ଉଚରା ପରେ ନାବାଳିକାଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର