ରେଡ୍ ଜୋନରେ ସମ୍ବଲପୁର: କଟକ ଓ ଝାରସୁଗୁଡ଼ା ସାମିଲ ହେଲା ୟେଲୋ ଜୋନରେ

ଭୁବନେଶ୍ବର: ଆଜି ସମ୍ବଲପୁରରୁ ୪୩୭ ଜଣ କରୋନା ପଜିଟିଭ୍ ବାହାରିବା ପରେ ଏହା ରେଡ୍ ଜୋନରେ ସାମିଲ ହୋଇଥିବା ଜଣାଯାଇଛି। ଏଣେ କଟକ ଓ ଝାରସୁଗୁଡ଼ା ଜିଲ୍ଲା  ୟେଲୋ ଜୋନରେ ସାମିଲ ହୋଇଛି। ଆଜି କଟକରେ ୩୬୦ ଓ ଝାରସୁଗୁଡ଼ାରେ ୧୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୧୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୨ ଜଣ, ବାଲେଶ୍ବର ଜିଲ୍ଲାରୁ ୧୨୩ ଜଣ, ବରଗଡ଼ରୁ ୫୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରୁ ୯୯ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୬୦ ଜଣ, ଦେବଗଡ଼ରୁ ୩୬ ଜଣ, ଢେଙ୍କାନାଳରୁ ୯ ଜଣ, ଗଞ୍ଜାମରୁ ୭୦ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୬୩ ଜଣ, ଯାଜପୁରରୁ ୮୩ ଜଣ, ଝାରସୁଗୁଡ଼ାରୁ ୧୫୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୪୩ ଜଣ, ଖୋର୍ଦ୍ଧାରୁ ୧୬୧୯ ଜଣ, କୋରାପୁଟରୁ ୬୫ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୧୧୩ ଜଣ, ନବରଙ୍ଗପୁରରୁ ୩୭ ଜଣ, ନୟାଗଡ଼ରୁ ୩୪ ଜଣ, ନୂଆପଡ଼ାରୁ ୩୨ ଜଣ, ପୁରୀରୁ ୧୧୯ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ସୁନ୍ଦରଗଡ଼ରୁ ୬୬୨ ଜଣ ଓ ଷ୍ଟେଟ ପୁଲରୁ ୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୦ ହଜାର ୮୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୧୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬ ହଜାର ୧୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର