ଦେବଗଡ଼ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ। ସାଂସଦ ଶ୍ରୀ ଗଙ୍ଗଦେବ ଗୁରୁବାର ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଯୋଗ ଦେଇ ରାତିରେ ତାଙ୍କ ଗାଡି (ଓଡି-୦୨ୟୁ-୨୩୨୩)ରେ ଦେବଗଡ଼କୁ ଫେରିବା ସମୟରେ ତିଳେଇବଣି ବ୍ଲକ ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ କୁରଡ଼ ଗ୍ରାମ ନିକଟରେ ତାଙ୍କ ଗାଡିକୁ ପଛରେ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା। ତେବେ, ସାଂସଦ ଶ୍ରୀ ଗଙ୍ଗଦେବଙ୍କ ସମେତ ତାଙ୍କର ଡ୍ରାଇଭର୍ ଏବଂ ପିଏସ୍ଓ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏ ନେଇ ସାଂସଦ ଶ୍ରୀ ଗଙ୍ଗଦେବ ଦେବଗଡ଼ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଉକ୍ତ ଟ୍ରକ୍କୁ ଜବତ କରିବା ସହିତ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ଦୁର୍ଘଟଣାରୁ ବର୍ତ୍ତିଲେ ସମ୍ବଲପୁର ସାଂସଦ
/sambad/media/post_attachments/wp-content/uploads/2020/11/deogarh-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)