ଭୁବନେଶ୍ବର: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି,ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ନିର୍ଦ୍ଦେଶକୁ ବିଭାଗ ତର୍ଜମା କରିବ। ତାପରେ ଯାହା ପଦକ୍ଷେପ ନେବା କଥା ଏବଂ ସରକାରୀ ସ୍ତରରେ ଆଇନଗତ ପ୍ରକ୍ରିୟା ରହିଛି ତାହା ବିଧିବଦ୍ଧ ଭାବେ ଗ୍ରହଣ କରାଯିବ।
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କଲା ପରେ ଆମ ସରକାରୀ ସ୍ତରର ଯେଉଁ ନିର୍ଦ୍ଦେଶ ଅଛି ସେ ପ୍ରକ୍ରିୟା ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ।
ଆମେ ମଧ୍ୟ ନିର୍ବାଚନ ପାଇଁ ଚାହୁଁଥିଲୁ। ସରକାର ଏବଂ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏହା ଉପରେ ତର୍ଜମା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
krushna chandra mahapatra