୧୦ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଚଳାଚଳ କରିବ। ସମ୍ବଲପୁର-ପୁରୀ ଇଣ୍ଟରସିଟି(୧୮୩୦୩) ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତି ଦିନ ସକାଳ ୬ଟାରେ ଛାଡ଼ି ଅପରାହ୍ନ ୧୨ଟା ୫୦ରେ ପୁରୀରେ ପହଞ୍ଚିବ। ଫେରିବା ବାଟରେ ପୁରୀ-ସମ୍ବଲପୁର ଇଣ୍ଟରସିଟି(୧୮୪୦୪) ଏକ୍ସପ୍ରେସ ପ୍ରତିଦିନ ଅପରାହ୍ନ ୩ଟା ୪୫ରେ ଛାଡ଼ି ରାତି ୧୦ଟା ୨୦ରେ ସମ୍ବଲପୁରରେ ପହଞ୍ଚିବ। ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମଣ୍ଡଳି, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେସନଗୁଡ଼ିକରେ ରହଣି କରିବାକୁ ଥିବା ବେଳେ ଏଥିରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ବିତୀୟ ଶ୍ରେଣୀ ଚେୟାର କାର, ୫ଟି ସାଧାରଣ ଦ୍ବିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି। ସେହିପରି ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ(୧୮୫୧୪/୧୮୫୧୩)କୁ ଦ୍ୱି-ସାପ୍ତାହିକରୁ ଦୈନିକ ଚଳାଚଳ ପାଇଁ ସ୍ଥିର ହୋଇଛି। ଏହ‌ି ଟ୍ରେନ ଏପ୍ରିଲ ୭ରୁ ବିଶାଖାପାଟନମ୍‌ ଏବଂ ୮ରୁ କିରାଣ୍ଡୁଲରୁ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ସ୍ଥିରୀକୃତ ସମୟ ସାରଣୀ, ରହଣି ସ୍ଥାନ ଓ ଗଠନରେ କୌଣସି ପରିବର୍ତନ ହେବ ନାହିଁ।

ସମ୍ବନ୍ଧିତ ଖବର