ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା: ୨ଟା ୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ସକାଳ ୮ଟା ପର ଠାରୁ ଅପରାହ୍‌ଣ ୩ଟା ଯାଏଁ ବାହାରକୁ ଯିବା ଅସହ୍ୟ ହେଉଛି। ପ୍ରବଳ ଖରା ସାଙ୍ଗକୁ ତତଲା ପବନ ଲୋକଙ୍କୁ ଛଟପଟ କରୁଛି। ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉନାହାନ୍ତି। ଆଜି ପୁଣି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଠାରେ ଦିନ ୨ଟା୩୦ ସୁଦ୍ଧା ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ ଟା ୩୦ ସୁଦ୍ଧା ହୀରାକୁଦରେ୪୩.୮ ଡ଼ିଗ୍ରି, ଝାରସୁଗୁଡାରେ୪୩.୪ ଡ଼ିଗ୍ରି, କେନ୍ଦୁଝରରେ ୩୨.୬ ଡ଼ିଗ୍ରି, ଭୁବନେଶ୍ୱରରେ ୩୭.୮ ଡ଼ିଗ୍ରି, ଗୋପାଳପୁରରେ ୩୫.୨ ଡ଼ିଗ୍ରି, ପୁରୀରେ ୩୫ ଡ଼ିଗ୍ରି, ଚାନ୍ଦବାଲିରେ ୩୪.୨ ଡ଼ିଗ୍ରି, ବାଲେଶ୍ୱରରେ ୩୩.୨ ଡ଼ିଗ୍ରି ଓ ପାରାଦୀପରେ ୩୩ ଡ଼ିଗ୍ରି ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ ଅଧିକ ରହିବ। ଫଳ‌ରେ ରାଜ୍ୟରେ ଅସ୍ବାସ୍ଥ୍ୟକର ପାଣିପାଗ ଲାଗି ରହିବ।

ସମ୍ବନ୍ଧିତ ଖବର