ଦିନ ୨ଟା ୩୦ରେ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର; ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଦିନକ ପରେ ତାପମାତ୍ରା ପୁଣି ଉପରମୁହାଁ ହୋଇଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ସମ୍ବଲପୁର ୪୨.୫ ଡ଼ିଗ୍ରି ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଚି। 
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡାରେ ଦିନ ୨ଟା ୩୦ରେ ତାପମାତ୍ରା ୪୨.୧ ଡ଼ିଗ୍ରି, ହୀରାକୁଦରେ ୪୧.୮ ଡ଼ିଗ୍ରି, ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରି, ରାଉରକେଲାରେ ୪୦.୬ ଡ଼ିଗ୍ରି ତାପମାତ୍ରା ଅନୁଭୁତ ହୋଇଛି। ବାଲେଶ୍ୱରରେ ୩୯.୮ ଡ଼ିଗ୍ରି, ଚାନ୍ଦବାଲିରେ ୩୮.୨ ଡ଼ିଗ୍ରି, ଗୋପାଳପୁରରେ ୩୫ ଡ଼ିଗ୍ରି, ପାରାଦୀପରେ ୩୪.୬ ଡ଼ିଗ୍ରି ଓ ପୁରୀରେ ୩୫.୩ ଡ଼ିଗ୍ରି ଅନୁଭୂତ ହୋଇଛି। 

 

ତାତିରୁ ମିଳିବ ଆଶ୍ବସ୍ତି। ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିବ। ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ତେବେ ୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରୁ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରେ ବ୍ରେକ୍‌ ଲାଗିବ। ଲଗାତାର ୧୭ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ତ୍ରାହିତ୍ରାହି ଡାକୁଥିବା ଓଡ଼ିଶାବାସୀଙ୍କୁ ଏଭଳି ଆଶ୍ବାସନା ବାଣୀ ଶୁଣାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ସମ୍ବନ୍ଧିତ ଖବର