ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ଓଡ଼ିଶାବାସୀ ଆଜି ତ୍ରାହିତ୍ରାହି ଡାକୁଛନ୍ତି। ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ଣ ୮ଟା ପରଠାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବାହାରକୁ ଯିବା ଅସହ୍ୟ ହୋଇପଡ଼ିଥିଲା। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଯିବା ପାଇଁ ଆଗ୍ରହୀ ନଥିଲେ। ସେହି କାରଣରୁ ରାସ୍ତାଘାଟଗୁଡ଼ିକ ଖାଲି ଖାଲି ଲାଗୁଥିଲା। ପାଦରେ ଚାଲିଚାଲି ଯାଉଥିବା ଲୋକେ ଖରାରେ ଅଧିକ ଅସ୍ତବ୍ୟସ୍ତ ହୋଇପଡୁଥିଲେ। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ପଶ୍ଚିମଓଡ଼ିଶା ସମତେ ସମ୍ବଲପୁରରେ ପ୍ରବଳ ଖରା ଦେଖିବାକୁ ମିଳିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସମ୍ବଲପୁରରେ ସର୍ବାଧିକ ୪୪.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡାରେ ଆଜି ଦିନ ୨ଟା ୩୦ରେ ୪୩.୪ ଡ଼ିଗ୍ରି, ହୀରାକୁଦରେ ୪୨.୮ ଡ଼ିଗ୍ରି ଓ ଭୁବନେଶ୍ବରରେ ୪୧.୪ ଡ଼ିଗ୍ରି ପାରା ଛୁଇଁଛି। ସେହିପରି କେନ୍ଦୁଝରରେ ୩୬.୬ ଡ଼ିଗ୍ରି, ଗୋପାଳପୁରରେ ୩୫.୪ ଡ଼ିଗ୍ରି, ପୁରୀରେ ୩୪.୬ ଡ଼ିଗ୍ରି, ପାରାଦୀପରେ ୩୨.୮ ଡ଼ିଗ୍ରି, ବାଲେଶ୍ୱରରେ ୩୨.୬ ଡ଼ିଗ୍ରି ଓ ଚାନ୍ଦବାଲିରେ ୨୬.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/5441f5d9-ffc5-4426-9c55-d75b6a1c1555.jpg)