ସମ୍ବଲପୁର: ଫାଟକ ଷ୍ଟେସନର ସୁରକ୍ଷା ଦାବିରେ କିଛି ଦିନ ତଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ସକାଳେ ଜନ ପ୍ରତିବାଦ ସତ୍ତ୍ୱେ ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ ହୋଇଥିବା ଜଣାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ବଲପୁର ରୋଡ୍ ଫାଟକ ରେଳ ଷ୍ଟେସନ ହେଉଛି ରାଜ୍ୟର ଅନ୍ୟତମ ସର୍ବପୁରାତନ ରେଳ ଷ୍ଟେସନ। ଏଠାରେ ଆଗରୁ ସବୁ ସୁପରଫାଷ୍ଟ ଟ୍ରେନ୍ ବି ଅଟକୁଥିଲା। ଏହା ଜିଏମ କଲେଜ ନିକଟରେ ଥିବା ହେତୁ ଯାତ୍ରୀମାନଙ୍କ ଲାଗି ଅଧିକ ସୁବିଧା ହେଉଥିଲା। ରେଳବାଇ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ଦେଇଥିଲେ। ପୁଣି, ନିକଟରେ ଏଠାକାର ୩ ନମ୍ବର ପ୍ଲାଟଫର୍ମର କିଛି ଅଂଶ ଭଂଗାଯାଇଥିଲା। ପ୍ଲାଟଫର୍ମ ଭାଙ୍ଗାଯିବା ସଂକ୍ରାନ୍ତରେ ସଂନ୍ତୋଷଜନକ ଉତ୍ତର ଦିଆଯାଉ ନଥିଲା। ଫାଟକ ଷ୍ଟେସନକୁ ସ୍ଥାୟୀ ଭାବରେ ବନ୍ଦ କରାଯିବାର ଆଶଙ୍କା ରହିଥିଲା। ତେଣୁ, ରେଳ ବ୍ୟବହାରକାରୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ସହିତ ସମ୍ବଲପୁର ରୋଡ୍ ଫାଟକ ରେଳ ଷ୍ଟେସନ ପୂର୍ବ ପରି କାର୍ଯ୍ୟକ୍ଷମ କରାଯିବାକୁ ଦାବି କରାଯାଇଥିଲା। ଟିକେଟ୍ ବୁକିଂ କାଉଣ୍ଟର ପୁଣି କାର୍ଯ୍ୟକ୍ଷମ କରିବା ସହିତ ଟ୍ରେନ୍ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା।
/sambad/media/post_attachments/wp-content/uploads/2022/09/cab5c7fa-c6d9-497a-b468-9eedde21f359-1024x768.jpg)
ହେଲେ ଆଜି ରେଳବାଇ କର୍ତ୍ତୃପକ୍ଷ ଆଜି ଭେର୍ ସମୟରେ ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ କରିଥିଲେ। ଏହାର ପ୍ରତିବାଦରେ ଲୋକେ ଫାଟକ ଓଭରବ୍ରିଜ୍ ଉପରେ ଘଣ୍ଟାକ ପାଇଁ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/f755fbdd-7e4c-4928-bb0a-f5d6c0f5165c.jpg)