ସମ୍ବଲପୁର: ରେଳଧାରଣା ଉପରେ ପଡ଼ିଛି ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ

ସମ୍ବଲପୁର: ସିଟି ଷ୍ଟେସନ୍‌ର ଲାଇନ୍‌ ନମ୍ବର ୫ ଉପରେ ଜଣେ ଯୁବତୀଙ୍କ ଖଣ୍ଡିତ ଶବ ପଡ଼ି ରହିଥିବା ଦେଖା ଯାଇଛି।

ମୃତ ଯୁବତୀଙ୍କର ପରିଚୟ ମଳିନାହିଁ। ଧଳା ସାର୍ଟ ଓ କଳା ପ୍ୟାଣ୍ଟ୍‌ ପରିହିତା ଉକ୍ତ ଯୁବତୀଙ୍କର ଶବ ଅଣ୍ଟାରୁ ଦୁଇ ଗଡ଼ ହୋଇ ଯାଇଛି।

ଯୁବତୀଙ୍କ ଖଣ୍ଡିତ ଶବ ପଡ଼ିଥିବା ଖବର ଅପରାହ୍ଣ ୧୨. ୩୦ରେ ପାଇଥିଲେ ବୋଲି ଷ୍ଟେସନ୍‌ ମାଷ୍ଟର୍‌ କହିଛନ୍ତି। ତାଙ୍କ କହିବାନୁସାରେ, ସେ ଲାଇନ୍‌ରେ ମୁଖ୍ୟତଃ ମାଲବାହୀ ଗାଡ଼ି ଯାତାୟାତ କରେ। ଗତକାଲି ରାତି ୯ଟା ୪୫ ମିନିଟ୍‌ରେ ଷ୍ଟେସନ୍‌ରେ ଏକ ମାଲଗାଡ଼ି ପହଞ୍ଚିବା ପରେ ରାତି ୧୧ଟା ୫ ମିନିଟ୍‌ରେ ଷ୍ଟେସନ୍‌ ଛାଡ଼ି ସେ ଧାରଣା ଦେଇ ଯାଇଥିଲା।

ଷ୍ଟେସନ୍‌ ମାଷ୍ଟରଙ୍କ କହିବା କଥା, ଆତ୍ମହତ୍ୟା କରୁଥିବା ଲୋକେ ସାଧାରଣତଃ ତଳମୁହାଁ ହୋଇ ଧାରଣା ଉପରେ ଶୁଅନ୍ତି। ଯେହେତୁ ଏ ଯୁବତୀ ଚିତ୍‌ ହୋଇ ଶୋଇଥିଲେ, ତାଙ୍କୁ କେହି ହତ୍ୟା କରି ସେଠାରେ ଥୋଇ ଦେଇଥିବା ମଧ୍ୟ ଅନୁମାନ କରାଯାଉଛି।

ଖବର ପାଇ ଧନୁପାଲି ପୁଲିସ ଘଟଣାସ୍ଥଳକୁ ବାହାରି ଯାଇଛି।

ସମ୍ବନ୍ଧିତ ଖବର