ସମ୍ବଲପୁର: ଟ୍ରାକରୁ ଖସିଲା ଟ୍ରେନ୍ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଶାଲିମାର ଏକ୍ସପ୍ରେସ୍ । ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଶାଲିମାର ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ।
ତେବେ ଟ୍ରେନଟି ଧିମା ଗତିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଟ୍ରେନ ନମ୍ବର ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଏକ ଜେନେରାଲ କୋଚର ଗୋଟିଏ ବଗି ଟ୍ରାକରୁ ଖସିଛି । ଆଜି ସକାଳ ୯ଟା ୧୮ରେ ସମ୍ବଲପୁର ସହରରୁ ଅତି ଧୀର ଗତିରେ ଟ୍ରେନ ଛାଡିବାର କିଛି ସମୟ ପରେ ୯ଟା ୨୨ରେ ଦୁର୍ଘଟଣା ହୋଇଛି ।
ଏହି ଘଟଣାରେ କୌଣସି ଜୀବନହାନୀ କିମ୍ବା କୌଣସି କ୍ଷୟକ୍ଷତି ହୋଇନି। ବର୍ତ୍ତମାନ ଲାଇନ୍ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଲାଇନ୍ କ୍ଲିୟର ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ ।
#WATCH | Odisha | Sambalpur-Shalimar-Sambalpur Mahima Gosain Express train derails at Sambalpur. Police and Railway officials are present at the spot.
— ANI (@ANI) July 24, 2025
Further details awaited. pic.twitter.com/JJRqWWhbcb