ବୁର୍ଲା: ଆସନ୍ତାକାଲିଠୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ୧୦ ଦିନିଆ ସଟଡାଉନ ଦୁଇ ଦଫାରେ ଲାଗୁ ନେଇ ଘୋଷଣା କରାଯାଇଛି । ୨୨ରୁ ୨୫ ପ୍ରଥମ ଦଫା , ୨୬ରୁ ୩୧ ଦ୍ୱିତୀୟ ଦଫାରେ ସଟଡାଉନ ଲାଗୁ ହେବ । ପ୍ରଥମ ଦଫା ସଟଡାଉନ ସମୟରେ ଜିଲ୍ଲା ଭିତରେ ଗମନାଗମନ ମନାଥିବାବେଳେ ଦୋକାନ ବଜାର, ସରକାରୀ, ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ।
ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଏହା ସହ ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ,ପେଟ୍ରୋଲ ପମ୍ପ ,କ୍ଷୀର ଦୋକାନ ଓ ରାସ୍ତା କଡ଼ ଢାବା ଖୋଲା ରହିବ ।
ଆସନ୍ତା ୩୧ ଯାଏଁ ସମ୍ବଲପୁର ଜିଲ୍ଲା ସଟଡାଉନ । କାଲିଠୁ ଆସନ୍ତା ୩୧ ଯାଏଁ ସଟଡାଉନ ଘୋଷଣା । ସଟଡାଉନ ଘୋଷଣା କଲେ ସମ୍ବଲପୁର ଜିଲ୍ଲାପାଳ । ୨ଟି ପର୍ୟ୍ୟାୟରେ ଏହି ସଟଡାଉନ ହେବ ।#OdishaFightsCorona #Sambalpur #COVID19 #Odisha #Sambad pic.twitter.com/kdDsWO7lQN
— Sambad (ସମ୍ବାଦ) (@sambad_odisha) July 21, 2020
ଏଠାରେ ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ବର୍ତ୍ତମାନ ୮୩ଟି ସକ୍ରିୟ ମାମଲା ରହିଛି | ଦୁଇ ଦିନର ଆକ୍ରାନ୍ତଙ୍କ ସଂଖ୍ୟା ବିଚାରକୁ ନେଲେ ଗତକାଲି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଈଥିଅବେଳେ ଆଜି ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |