ସମ୍ବଲପୁର: ସମ୍ବଲପୁରର ଦୁଇ ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦଘାଟନ କରିଛନ୍ତି। ଏଥିରେ ସମୁଦାୟ ୨୦୦ ଶଯ୍ୟା ରହିଥିବା ବେଳେ , ୨୦ଟି ଆଇସିୟୁ, ୧୦ଟି ଏଚଡିୟୁ, ୨ଟି ଡାଏଲିସିସ୍ ୟୁନିଟ୍ ଏବଂ ୧୭୦ ସାଧାରଣ ଶଯ୍ୟା ରହିଛି |
ଏହି ଉଦଘାଟନ ସମୟରେ ଜିଲ୍ଲାପାଳ ଶୁଭମ୍ ସକ୍ସେନା , ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶଶୀଭୂଷଣ ପଟେଲ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୧୫ ଦିନ ମଧ୍ୟରେ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ କୋଭିଡ ପରୀକ୍ଷା ଆରମ୍ଭ ହେବ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର ଭିମସାରରେ ଗତ ରବିବାର ଦିନ ବାୟୋ-ସେଫ୍ଟି ଲେଭଲ-୨ ଲାବୋରୋଟାରି କାର୍ଯ୍ୟକ୍ଷମ ହୋଇଛିଥିଲା। ଏଠାରେ ପୁଲ୍ ଟେଷ୍ଟ ପ୍ରକ୍ରିୟାରେ ଦିନକୁ ୨ଟି ପର୍ଯ୍ୟାୟରେ ୯୦ଟି ସ୍ବାବ୍ ପରୀକ୍ଷଣ କରାଯାଉଛି ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେଉଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/A2-5.jpg)