ସମ୍ବଲପୁର : ଭୁବନେଶ୍ବରର କିଟ୍ ଷ୍ଟାଡିୟମ୍ରେ ଗୁରୁବାର ଆରମ୍ଭ ହୋଇଥିବା ୬୯ତମ ରାଜ୍ୟ ଦୌଡ଼କୁଦ ସମାବେଶରେ ସମ୍ବଲପୁର ଜିଲ୍ଲାରୁ ୪୬ ଜଣିଆ ଦଳ ଭାଗ ନେଇଛି। ଉଭୟ ପୁରୁଷ ଓ ମହିଳା ବିଭାଗର ବିିଭିନ୍ନ ବୟସ ବର୍ଗରେ ଏହି ଆଥ୍ଲେଟ୍ମାନେ ଭିନ୍ନଭିନ୍ନ ଆଥ୍ଲେଟିକ୍ ଶୃଂଖଳାରେ ଭାଗ ନେବେ। ସୁଶାନ୍ତ ମିର୍ଦ୍ଧା ଏହି ଦଳର ଅଧିନାୟକ ଥିବାବେଳେ ପ୍ରୀତି ପୋଢ଼ ଦଳର ପ୍ରଶିକ୍ଷକ ଅଛନ୍ତି। ଏହି ଦଳକୁ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ସାଧାରଣ ସଂପାଦକ ସୁନୀଲ ସାହୁ ଏବଂ ଆଥ୍ଲେଟିକ୍ ସଂପାଦକ ବିକାଶ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ ଦୌଡ଼କୁଦରେ ୪୬ ଜଣିଆ ସମ୍ବଲପୁର ଦଳ
/sambad/media/post_attachments/wp-content/uploads/2023/06/rk-dd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)