ସମ୍ବଲପୁର: ସାହାଣୀ କପ୍ ଅନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ପାଇଁ ସମ୍ବଲପୁର ଦଳର ଖେଳାଳି ଚୟନ ନିମନ୍ତେ ଆସନ୍ତା ୨୭ ଓ ୨୮ ତାରିଖରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ଠାରେ ପ୍ରଶିକ୍ଷଣ ଓ ମନୋନୟନ ଶିବିର ଅନୁଷ୍ଠିତ ହେବ।
ଏଥିରେ ଭାଗନେବାକୁ ଆଗ୍ରହୀ ଖେଳାଳି ନିଜ ବୟସ ପ୍ରମାଣପତ୍ର, ପାନ୍ କାର୍ଡ, ଭୋଟର୍ ପରିଚୟ ପତ୍ର ଓ ପାସ୍ପୋର୍ଟ ନେଇ ଷ୍ଟାଡିୟମ୍ରେ ଉପସ୍ଥିତ ରହିବାକୁ ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସଂପାଦକ ସୁନୀଲ ସାହୁ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଅଧିକ ବିବରଣୀ ପାଇଁ ଫୁଟବଲ୍ ସଂପାଦକ ଅବଦୁଲ ଗଫର୍ଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି।