ସମ୍ବଲପୁର ବିଶ୍ୱବିଦ୍ୟାଳୟ ୨୦ ଯାଏ ଓ ଭିସୁଟ୍‌ ୧୮ ଯାଏ ବନ୍ଦ

ସମ୍ବଲପୁର : ବୁର୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୧୩ ତାରିଖ ଯାଏ ସଟ୍‌ଡାଉନ୍‌‌ ଘୋଷଣା କରାଯାଇଥିଲା। ସୋମବାର ଏହାକୁ ଆସନ୍ତା ୨୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟରେ ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ଓ ସମସ୍ତ ପିଜି ବିଭାଗ ବନ୍ଦ ରହିବ। ତେବେ ଏହି ସମୟରେ ସମସ୍ତ କର୍ମଚାରୀ ଫୋନ୍‌ ଅନ୍‌ ରଖିବେ ଓ ‌ମୁଖ୍ୟାଳୟ ଛାଡ଼ି ଯିବେ ନାହିଁ ବୋଲି ସୋମବାର ବିଶ୍ବବିଦ୍ୟାଳୟ କୁଳସଚିବ ନିର୍ଦେଶନାମା ଜାରି କରିଛନ୍ତି।


Collegedunia

ସେପଟେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)୧୧ ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଏହାକୁ ଆସନ୍ତା ୧୮ ତାରିଖ ଯାଏ ବୃଦ୍ଧି କରାଯାଇଥିବା ନେଇ କର୍ତ୍ତୃପକ୍ଷ ନିର୍ଦେଶନାମା ଜାରି କରିଛନ୍ତି।

ସଟ୍‌ଡାଉନ୍‌ ତାରିଖ ସତ୍ତ୍ବେ ଭିସୁଟ୍‌ରେ ଗତ ୯ ତାରିଖରୁ ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ଆରମ୍ଭ ହୋଇଥିବା ସମୟରେ ସୋମବାରଠାରୁ ଶେଷ ସେମିଷ୍ଟାର୍‌ର ପରୀକ୍ଷା ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ହେଉଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସମ୍ବନ୍ଧିତ ଖବର