କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ବରିଷ୍ଠ ଅଧ୍ୟାପକ ଡକ୍ଟର ସତ୍ୟନାରାୟଣ ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରଦ୍ଦ କରିଥିଲେ। ଶ୍ରୀ ପ୍ରଧାନଙ୍କୁ ଚାକିରିରେ ପୁନର୍ବାର ଅବସ୍ଥାପିତ କରିବା ସହିତ ସମସ୍ତ ପ୍ରକାର ପ୍ରାପ୍ୟ ପ୍ରଦାନ ପାଇଁ ଜଣିକିଆ ବିଚାରପତି ୨୦୧୫, ଫେବ୍ରୁଆରି ୫ରେ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବଲପୁର ବିଶ୍ବବିଦ୍ୟାଳୟ ରିଟ୍ ଅପିଲକୁ ଖାରଜ କରିଛନ୍ତି। ଏଥି ସହିତ ଅଧ୍ୟାପକଙ୍କ ବହିଷ୍କାର ନିଷ୍ପତ୍ତି ରଦ୍ଦ ସଂପର୍କିତ ଜଣିକିଆ ବିଚାରପତିଙ୍କ ୨୦୧୫, ଫେବ୍ରୁଆରି ୫ର ରାୟକୁ ଖଣ୍ଡପୀଠ କାଏମ୍ ରଖିଛନ୍ତି।
ସମ୍ବଲପୁର ବିଶ୍ବବିଦ୍ୟାଳୟ ରିଟ୍ ଅପିଲ ଖାରଜ: ଅଧ୍ୟାପକଙ୍କ ବହିଷ୍କାର ନିଷ୍ପତ୍ତି ରଦ୍ଦ, ପୂର୍ବ ରାୟ କାଏମ୍
/sambad/media/post_attachments/wp-content/uploads/2021/08/Odisha_high_court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)