ବରଗଡ଼ : ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ଏବଂ ଆଦୃତି ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ନିଆରା ପଦକ୍ଷେପ ନେଇଛି। ଏଣିକି ପ୍ରତି ସୋମବାର ସବୁ ଅଫିସ୍ର ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପୋଷାକ ପରିଧାନ କରିବେ। ଯେଉଁ କାର୍ଯ୍ୟାଳୟ କିମ୍ବା ଅନୁଷ୍ଠାନରେ ଡ୍ରେସ୍ କୋଡ୍ ରହିଛି, ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଏନେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ ପତ୍ରସଂଖ୍ୟା ୧୩୧୫ରେ ନିର୍ଦ୍ଦେଶାନାମା ଜାରି କରିଛନ୍ତି।
ଏଣିକି ପ୍ରତି ସୋମବାର ସମ୍ବଲପୁରୀ ପୋଷାକ ପରିଧାନ କରିବେ ସବୁ ସରକାରୀ କର୍ମଚାରୀ
/sambad/media/post_attachments/wp-content/uploads/2023/03/sambalpuri.jpg)