ସମ୍ବଲପୁରୀ ଦିନ୍‌ରେ ଝଲସିଲା ସମ୍ବଲପୁରୀ ସଂସ୍କୃତି

ସମ୍ବଲପୁର : ଜେଲ ଛକରୁ କଚେରି ଛକ। ଏହି ବିଶାଳ ରାସ୍ତା ହୋଇ ଉଠିଥିଲା ସମ୍ବଲପୁରୀମୟ। ସମସ୍ତଙ୍କ ଦେହରେ ଥିଲା ସମ୍ବଲପୁରୀ ପୋଷାକ। ଉପଭୋଗ କରୁଥିଲେ ସମ୍ବଲପୁରୀ ନାଚ, ଗୀତ। ଅବସର ଥିଲା ‘ସମ୍ବଲପୁରୀ ଦିନ୍‌’ ଉତ୍ସବ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ ଅବସରରେ ପାଳିତ ହୋଇଥିଲା ଏହି ଭିନ୍ନ ଧରଣର ନିଆରା ଉତ୍ସବ। ଅନୁକୂଳ ପାଗରେ ସମବେତ ହୋଇଥିଲେ ହଜାର ହଜାର ପୁରୁଷ, ମହିଳା, ଶିଶୁ। ଲାଗିଥିଲା ସମ୍ବଲପୁରୀ ମେଳା। ନାଚ, ଗୀତ, କବିତା ପାଠ, ଖାଦ୍ୟପେୟରେ ଦିନ ଗୋଟାଏରୁ ସଂଧ୍ୟା ୭ଟା ଯାଏ ମସଗୁଲ ହୋଇ ଯାଇଥିଲେ ସମସ୍ତେ। ଏହି ଅବସରରେ ବର୍ଷିଆନ ସମ୍ବଲପୁରୀ କଳାକାର, ଅଟଳ ବିହାରୀ ପଣ୍ଡାଙ୍କୁ ସମ୍ବର୍ଧିତ କରା ଯାଇଥିଲା। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ ସମର୍ଥ ବର୍ମା ଅତିଥିଭାବେ ଯୋଗ ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀ ଭୋଇଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର