ସମ୍ବଲପୁର : ସାହିତ୍ୟ ଅନୁଷ୍ଠାନ ‘କଲମ ପରିବାର’ ସମ୍ବଲପୁର ପକ୍ଷରୁ ଆସନ୍ତା ୮ ଓ ୯ ତାରିଖ ଦିନ ସମ୍ବଲପୁରୀ ବହିହାଟ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର, ପୁସ୍ତକ ପ୍ରକାଶନ ଓ ପଠନକୁ ପ୍ରୋତ୍ସାହିତ କରିବା ସମ୍ବଲପୁରୀ ବହିହାଟର ଲକ୍ଷ୍ୟ ଅଟେ। ସମ୍ବଲପୁରରେ ପ୍ରଥମ କରି ଏଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ଜଣାଶୁଣା କବି ଓ ଲେଖକ ଯୋଗ ଦେବେ।
ମ୍ୟୁନ୍ସିପାଲଟି ଛକ ପାଖ ଶ୍ରୀଅରବିନ୍ଦ ସ୍କୁଲ ପରିସରରେ ସମ୍ବଲପୁରୀ ବହିହାଟ ଅନୁଷ୍ଠିତ ହେବ ବୋଲି ଆୟୋଜକ ‘କଲମ ପରିବାର’ର ଆବାହକ ତଫିଜୁଲ ହୋସେନ, ସଭାପତି ଜୟକୃଷ୍ଣ ବେହେରା ଏବଂ ସଂପାଦକ କମଳଲୋଚନ ପଣ୍ଡା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ୮ ତାରିଖ ଦିନ ଅପରାହ୍ଣ ସାଢ଼େ ୪ଟାରେ ବହି ହାଟ୍ ଉଦ୍ଘାଟିତ ହେବ। ତେବେ, ରବିବାର ଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବହିହାଟ ଖୋଲା ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Books_New-e1611252343470.jpg)