ଭୁବନେଶ୍ବର : ସଫଳତା ପାଇଁ କୌଣସି ସଂକ୍ଷିପ୍ତ ବାଟ ନାହିଁ। ବରଂ କଠିନ ପରିଶ୍ରମ ଦ୍ବାରା ଆଜି ସଫଳ ହୋଇଛି। ଗତ ଦୁଇ ବର୍ଷ ହେଲା ଜେଇଇ ଆଡଭାନ୍ସଡ୍ ହାସଲ କରିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା। ତାହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଥିଲି ବୋଲି ଜେଇଇ ଆଡଭାନ୍ସଡ୍ର ଅନୁସୂଚିତ ଜାତି(ଏସ୍ସି) ବର୍ଗରେ ଦେଶରେ ପ୍ରଥମ ହୋଇଥିବା ଛାତ୍ର ସମ୍ବିତ୍ ବେହେରା କହିଛନ୍ତି।
ସଫଳତାର ଶ୍ରେୟ ପରିବାରକୁ ଦେଇ ସମ୍ବିତ୍ କହିଛନ୍ତି ଯେ ସଫଳତା ପଛରେ ମା’ଙ୍କ ହାତ ରହିଛି। ଜେଇଇ ଆଡଭାନ୍ସଡ୍ ଲାଗି ପ୍ରସ୍ତୁତ ହେବା ଦିନରୁ ତାଙ୍କ ସ୍ନେହ, ପ୍ରେରଣା, ଶୁଭେଚ୍ଛା ମୋ ସହ ରହିଛି। ଯାହାକୁ ଆଧାର କରି ଆଜି ଶୀର୍ଷରେ ପହଞ୍ଚିପାରିଛି। ଜେଇଇ ଆଡଭାନ୍ସଡ୍ ରେଜଲ୍ଟ ପ୍ରକାଶ ପରେ ଏବେ ଭବିଷ୍ୟତ ଗଢ଼ିବାର ସମୟ ଆସିଛି। ଆଗକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପଢ଼ିବାକୁ ଲକ୍ଷ୍ୟ ରଖିଛି। ଆଇଆଇଟି ବମ୍ବେ ପ୍ରଥମ ପସନ୍ଦ ବୋଲି ଭୁବନେଶ୍ବର ନିବାସୀ ଚନ୍ଦ୍ରମଣି ବେହେରା ଓ ନର୍ମଦା ବେହେରାଙ୍କ ସୁପୁତ୍ର ସମ୍ବିତ୍ ମତପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/sambit.jpg)