ଭୁବନେଶ୍ୱର: କେନ୍ଦ୍ରରେ ଏକ ମଜବୁତ ସରକାରର ଆବଶ୍ୟକତା ଅଛି । ମୋଦିଙ୍କ ଦୃଢ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ପ୍ରହାର କରାଯାଇ ପାରିଲା ବୋଲି ବିଜେପିର ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି।
ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝୁଲା ସରକାର ମନ୍ତବ୍ୟକୁ ସମାଲୋଚନା ମଧ୍ୟ କହିଛନ୍ତି । ଏହାଛଡା ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବେ ବୋଲି ବି କହିଛନ୍ତି ।
ତେବେ ତେବେ ବିକାଶକୁ ମୁଖ୍ୟ ଅସ୍ତ୍ର କରି ସମ୍ବିତ ପାତ୍ର ପୁରୀବାସୀଙ୍କ ନିକଟତର ହେବେ ବୋଲି ଦାବି କରିଛନ୍ତି । ସେ କହିଛନ୍ତି କି, ପୁରୀ ଏକ ସାଧାରଣ ସହର ନୁହେଁ ବରଂ ଅତି ମହତ୍ୱପୂର୍ଣ୍ଣ ସହର । କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ଏହି ଐତିହ୍ୟ ସଂପର୍କରେ କେଉଁଠାରେ ବି ଚର୍ଚ୍ଚା ହେଉ ନାହିଁ।
/sambad/media/post_attachments/wp-content/uploads/2019/03/download-2-41-300x168.jpg)
ଆଗକୁ ସମ୍ବିତ ପାତ୍ର କହିଛନ୍ତି, ଭାରତବର୍ଷକୁ ଆଗକୁ ବଢାଇବାକୁ ହେଲେ ଗୋଟିଏ ମଜବୁତ ସରକାର ଦରକାର। ଗୋଟିଏ ଅସ୍ଥିର ସରକାର କେବେ ହେଲେ ବି ଭାରତବର୍ଷକୁ ଆଗକୁ ନେଇପାରିବ ନାହିଁ ବୋଲି ଓଡିଶାବାସୀମାନେ ଏସଂପର୍କରେ ବହୁତ ଭଲ ଭାବରେ ଜାଣିଛନ୍ତି । ସେଥିପାଇଁ ମୋଦିଙ୍କ ହାତକୁ ଟାଣ କରିବେ, ମୋଦିଙ୍କ ପଛରେ ଛିଡା ହେବେ ଏବଂ ପଦ୍ମ ସଂପୂର୍ଣ୍ଣ ଭାବରେ ଓଡିଶାରେ ଫୁଟିବ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେପିର ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ।