ସମ୍ବିତ ପାତ୍ରଙ୍କୁ କେନ୍ଦ୍ର ସରକାର ଦେଲେ ନୂଆ ଦାୟିତ୍ବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ କେନ୍ଦ୍ର ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ପାତ୍ରଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ପରିସରଭୁକ୍ତ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି) ର ଚେୟାରମ୍ୟାନ ପଦରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସମ୍ବିତ ପାତ୍ର ଓଏନଜିସର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦରେ ବି କାର୍ଯ୍ୟ କରିଛନ୍ତି ।

ସମ୍ବିତ ପାତ୍ରା ଭାରତୀୟ ଜନତା ପାର୍ଟିର ପ୍ରମୁଖ ପ୍ରବକ୍ତାଙ୍କ ମଧ୍ୟରୁ ଜଣେ । ସେ ଗଣମାଧ୍ୟମରେ ପାର୍ଟି ପକ୍ଷରେ ମଜବୁତ ଡିବେଟ କରିପାରୁଥିବା ଜଣେ ନେତା । ସମ୍ବିତ ପାତ୍ରାଙ୍କୁ ୨୦୧୭ ମସିହାରେ ଓଏନଜିସିର ସ୍ୱତନ୍ତ୍ର ଡାଇରେକ୍ଟର ପଦରେ ଅବସ୍ଥାପିତ କରାଯାଇଥିଲା । ଏହି ପଦର କାର୍ଯ୍ୟକାଳ ୩ ବର୍ଷ ରହିଥିଲା ।

୨୦୧୯ ରେ ସମ୍ବିତ ପାତ୍ର ଲୋକସଭା ନିର୍ବାଚନ ବି ଲଢିଥିଲେ । ସେ ଓଡିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ତାଙ୍କର ଜୋରଦାର ପ୍ରଚାର ଓ ଲୋକପ୍ରିୟତା ଥିଲେ ବି ସେ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ୧୧,୭୦୦ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ।

ସମ୍ବନ୍ଧିତ ଖବର