ଭୁବନେଶ୍ବର: ରାଜଦ୍ବାରେ ଶ୍ମଶାନେ ଚ, ଯ ତିଷ୍ଠତି ସ ବାନ୍ଧବ.. ଅର୍ଥାତ ଖାଲି ସୁଖ ସମୟରେ ନୁହେଁ ଯିଏ ବିପଦ ବେଳେ ପାଖରେ ଛିଡ଼ା ହୁଏ ସିଏ ହିଁ ପ୍ରକୃତ ବନ୍ଧୁ, ସିଏ ହିଁ ପରମ ମିତ୍ର ବୋଲି କୁହାଯାଏ.. ଏକଥା ଆମେ ଆଜି ଏଥିପାଇଁ କହୁଛୁ ଯେତେବେଳେ ଶରଧାବାଲି ଦଳାଚକଟା ଘଟଣାକୁ ନେଇ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ନିଖୋଜ ପୋଷ୍ଟର ସାରା ଶ୍ରୀକ୍ଷେତ୍ରରେ ଲାଗିଛି ।
ଏକଥା ସେତେବେଳେ ହିଁ ଉଠିଛି, କାରଣ ଚଳିତ ରଥଯାତ୍ରାରେ ସାଂସଦ ସମ୍ବିତ ପାତ୍ର ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ଦିନ ସେ ମହାପ୍ରଭୁଙ୍କ ପହଣ୍ଡି ଠାରୁ ଆରମ୍ଭ କରି ରଥଟଣା ଯାଏଁ ସବୁ ପୁରୀରେ ରହି ଦେଖିଥିଲେ । ନନ୍ଦିଘୋଷ ରଥ ଆଗରେ ଫଟୋ ଉଠାଇଥିଲେ, ଶ୍ରଦ୍ଧାଳୁଙ୍କ ସହ ହାତ ମିଳାଇ ସେମାନଙ୍କ ସହ କଥା ହୋଇଥିଲେ, ସେଲ୍ଫି ଉଠାଇଥିଲେ, ହନୁମାନ ବେଶଧାରୀ ନୃତ୍ୟଶିଳ୍ପୀଙ୍କ ସହ ବି ମୁହୂର୍ତ୍ତ ବିତାଇ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।
/filters:format(webp)/sambad/media/media_files/2025/07/01/sambit-poster-2025-07-01-15-40-33.jpg)
ଖାଲି କଣ ସେତିକି ଉତ୍କଳ ପ୍ରସଙ୍ଗ ଉନ୍ମୋଚନ ଠାରୁ ବଡଦାଣ୍ଡରେ ସେବା ଯୋଗାଉଥିବା ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଦେବାଯାଏଁ.. ସିନେ ତାରକାଙ୍କ ଠାରୁ ସଙ୍ଗୀତ ନିର୍ଦ୍ଦେଶକଙ୍କ ଯାଏଁ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀ ଏବଂ ଓଡିଶାର ମନ୍ତ୍ରୀଙ୍କ ସହ ମିଶି ଭୋଜନ ବାଣ୍ଟିବା ଯାଏଁ ସବୁଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର.. ହେଲେ ହଠାତ୍ ଏମିତି କଣ ହେଲା ଯେ ଆଉ ସମ୍ବିତ ପାତ୍ରଙ୍କୁ ପୁରୀରେ ଦେଖିବାକୁ ମିଳୁନି ବୋଲି ଏବେ ଚର୍ଚ୍ଚା ହେଉଛି । ଖାସ୍ କରି ଶରଧାବାଲି ଦଳାଚକଟା ଘଟଣା ପରେ ସମ୍ବିତ ପାତ୍ର ପୁରୀରୁ ନିଖୋଜ ଥିବା ନେଇ ଏବେ ପୁରୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି ।
ଲାଗିଥିବା ପୋଷ୍ଟରରେ ଲେଖା ଅଛି- ସାଂସଦ ପୁରୀ, ନିଖୋଜ.. ସମ୍ବିତ ପାତ୍ରଙ୍କୁ ନେଇ ଏଭଳି ପୋଷ୍ଟର ଲାଗିଥିବା ବେଳେ ସୋସିଆଲ ମିଡିଆରେ ଏସବୁ ଏବେ ଖୁବ୍ ଭାଇରାଲ ହେଉଛି । ୟୁଜର୍ସମାନେ ଉକ୍ତ ଫଟୋକୁ ସେୟାର କରି ସରକାରଙ୍କୁ ସମାଲୋଚନା ସହ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀକୁ ଆସିଥିବା ଭକ୍ତମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖୱାଟଙ୍କ ସହ ମିଶି ଭୋଜନ ବଣ୍ଟନ କଲି l@dpradhanbjp@gssjodhpurpic.twitter.com/QgnYVnFMkA
— Sambit Patra (@sambitswaraj) June 27, 2025
ଯଦିଓ ୨୮ ଜୁନ ପରଠାରୁ ସମ୍ବିତ ପାତ୍ର ଏକ୍ସରେ ରଥଯାତ୍ରା ନେଇ କୌଣସି ପୋଷ୍ଟ କରି ନାହାନ୍ତି କି ପୁରୀରେ କୌଣସି କାର୍ଯ୍ୟରେ ସାମିଲ ଥିବା ଅବଗତ କରାଇନାହାନ୍ତି ଇତିମଧ୍ଯରେ ସେ ପିପିଲିର ବିଭିନ୍ନ କାର୍ଯ୍ୟକ୍ରମରେ ଜଡିତ ଥିବା ତାଙ୍କ ଏକ୍ସ ପୋଷ୍ଟରୁ ଜଣାପଡିଛି। ଆଉ ଏଭଳି ସ୍ଥଳରେ ପୁରୀରେ ମରାଯାଇଥିବା ପୋଷ୍ଟରକୁ ନେଇ ରାଜନୈତିକ ପାଣିପାଗ ଏ ବର୍ଷାପାଗରେ ବି ଉଷୁମ ହୋଇଛି ।
ଆମର ଡବଲ୍ ଇଞ୍ଜିନ୍ ସରକାରଙ୍କ ମନ୍ତ୍ର ହେଉଛି "ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସାବକା ପ୍ରୟାସ" l ସମାଜର ଶେଷ ସୋପାନରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ବିକାଶ, ଅଧିକାର ଏବଂ ସୁଯୋଗ ପ୍ରଦାନ କରିବା ଆମର ଲକ୍ଷ୍ୟ l
— Sambit Patra (@sambitswaraj) July 1, 2025
ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ହିତାଧିକାରୀଙ୍କ ମୁହଁରେ ଦେଖାଯାଉଥିବା ସନ୍ତୋଷ ଏବଂ ଆଶା, ଆମକୁ… pic.twitter.com/y4I3wftE1s
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/01/sambit-patra-2025-07-01-15-20-29.jpg)