ମା’ଙ୍କ ନିକଟରେ ନିଜକୁ ସମର୍ପିତ କରି ନିଆଁରେ ଚାଲିଲେ ସମ୍ବିତ ପାତ୍ର

ମା’ଙ୍କ ନିକଟରେ ନିଜକୁ ସମର୍ପିତ କରି ନିଆଁରେ ଚାଲିଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ମଙ୍ଗଳବାର ପବିତ୍ର ଝାମୁ ଯାତ୍ରାରେ ନିଆଁରେ ଚାଲିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର। ଏହା ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାରରେ ପୁରୀ ସଦର ବ୍ଲକ ସମଙ୍ଗ ପଞ୍ଚାୟତ ରେବତୀ ରମଣ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଦୁଲଣ ଦେବୀ ପୀଠରେ ଆଜି ଝାମୁ ଯାତ୍ରା ଚାଲିଥିଲା। ଡ. ପାତ୍ର ବି ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ଡ. ପାତ୍ର ମା’ଙ୍କ ନିକଟରେ ନିଜକୁ ସମର୍ପିତ କରି ନିଆଁରେ ଚାଲିଛନ୍ତି। ମନ୍ଦିରରେ ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ।

publive-image

ଟୁଇଟ୍‌ କରି ସମ୍ବିତ ପାତ୍ର କହିଛନ୍ତି, ଆମ ଓଡ଼ିଆ ସଂସ୍କୃତିରେ ଶକ୍ତି ଉପାସନା ଏକ ପ୍ରମୁଖ ଅଙ୍ଗ। ଏହି ପରମ୍ପରାର ପ୍ରତିଫଳନ ହେଉଛି ଦଣ୍ଡ ଯାତ୍ରା ଓ ଝାମୁ ଯାତ୍ରା। ମଙ୍ଗଳବାର ପୁରୀ ଜିଲ୍ଲା ଅନ୍ତର୍ଗତ ସମଙ୍ଗ ପଂଚାୟତର ରେବତୀ ରମଣ ଗାଁର ଦଣ୍ଡ ଯାତ୍ରାରେ ଭାଗ ନେଇ ଅଗ୍ନିରେ ଚାଲି ମାଁଙ୍କ ଆରାଧନା କରି ଆଶିର୍ବାଦ ନେଲି ଓ ଗ୍ରାମବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲି।

ପୁରୀ ଗସ୍ତ କାଳରେ ଶ୍ରୀ ପାତ୍ର ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏବଂ ସ୍ଥାନୀୟ କାର୍ଯ୍ୟକାର୍ତ୍ତାଙ୍କ ସହିତ ଏହି ବିଧାନସଭା ଅନ୍ତର୍ଗତ ବାଲିପଡା ପଞ୍ଚାୟତର ଖୁରୁଖୁରିଠାରେ ଶ୍ରୀ ବାଲୁଙ୍କେଶ୍ୱରଙ୍କର ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେହିପରି ସେ ଖୁରୁଖୁରି ମେଲଣ ବୁଲି ଶ୍ରୀରାଧା ଗୋବିନ୍ଦଙ୍କ ଦର୍ଶନ କରିଥିଲେ। ସେଠାରେ ଆୟୋଜିତ ଓଡ଼ିଶାର ପାରମ୍ପରିକ ନୃତ୍ୟକଳା ଗୋଟିପୁଅ ନୃତ୍ୟ ଦେଖି ଆତ୍ମବିଭୋର ହେବା ସହିତ ଓଡିଶାର ସଂସ୍କୃତିର ସୁରକ୍ଷା ଦିଗରେ ତାଙ୍କର ପ୍ରୟାସକୁ ପ୍ରସଂଶା କରିଥିଲେ। ପୁରୀ ଜିଲ୍ଲା ଅନ୍ତର୍ଗତ ବେଲେଶ୍ୱରପାଟନା ଗାଁରେ ଆୟୋଜିତ ପାଲା ଗାୟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ିଆ ସଂସ୍କୃତିରେ ପାଲା ଗାୟନର ଏକ ସ୍ବତନ୍ତ୍ର ସ୍ଥାନ ଅଛି । ପାଲା ମାଧ୍ୟମରେ ଅନେକ ପ୍ରାଚୀନ ପୁରାଣର କଥାବସ୍ତୁ ଜନ ସମାଜ ପାଖକୁ ପହଞ୍ଚିଥାଏ ‌ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe