ଏଣିକି ସ୍ନାତକ ବିଷୟରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ସମାନ ପାଠ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ ସମାନ ପାଠ୍ୟକ୍ରମ ବ୍ୟବସ୍ଥା ଲାଗୁ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଆଦୃତ ବୈଠକରେ ଗୁରୁବାର ଏଭଳି ନିଷ୍ପତ୍ତି ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକ ପ୍ରକାରର ପାଠ୍ୟକ୍ରମ ପ୍ରଚଳନ ହେବ ବୋଲି ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍‌ ବି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପିଜି କୋର୍ସ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସର୍ବନିମ୍ନ ୪୫ ପ୍ରତିଶତ ନମ୍ବର ରଖିବା ଜରୁରୀ। ବୈଠକରେ ସବୁ ବିଶ୍ୱବିଦ୍ୟାଳୟର କୁଳପତି, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର