କେନ୍ଦ୍ରାପଡ଼ା: ସମଲିଙ୍ଗୀ ବିବାହ କରିଥିବା ଦୁଇ ବାନ୍ଧବୀଙ୍କୁ ଆଜି ପଟ୍ଟାମୁଣ୍ତାଇ ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ଜେଏମ୍ଏଫ୍ସି ଜ୍ୟୋତିର୍ମୟୀ ଦାସଙ୍କ ନିକଟରେ ଏହି ଦୁଇ ଜଣ ୧୬୪ ଧାରାରେ ଦେଇଥିବା ବୟାନ ରେକର୍ଡ କରାଯାଇଥିଲା । ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ଏହି ଦୁଇ ଜଣ ସ୍ପଷ୍ଟ କରିଥିଲେ ଯେ ସେମାନେ ଏକାଠି ରହିବାକୁ ଚାହୁଁଛନ୍ତି । କିନ୍ତୁ ନିଜ ପରିବାର ପଟୁ ବିରୋଧ ହେଉଥିବାରୁ ଉଭୟଙ୍କ ଜୀବନ ପ୍ରତି ଭୟ ରହିଛି। ସେଥିପାଇଁ ସେମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦୁହେଁ ନିବେଦନ କରିଥିଲେ । ଏଭଳି ସ୍ଥିତିରେ ଦୁଇ ବାନ୍ଧବୀଙ୍କୁ ନେଇ ସଟ୍ଷ୍ଟେ ହୋମ୍ରେ ୧୫ ଦିନ ପର୍ଯ୍ୟନ୍ତ ରଖିବାକୁ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପୁଲିସ୍ ଦୁଇ ବାନ୍ଧବୀଙ୍କୁ ଆଣି କେନ୍ଦ୍ରାପଡ଼ା ରେସ୍ଵାରେ ଆଶ୍ରୟ ଦେଇଥିବା ଜଣାପଡ଼ିଛି । କେନ୍ଦ୍ରାପଡ଼ା ନୋଟାରିରେ ସମଲିଙ୍ଗୀ ବିବାହକୁ ନେଇ ବିବାଦ ପରେ ଗତକାଲିି ପଟ୍ଟାମୁଣ୍ତାଇ ପୁଲିସ୍ ଉଭୟ ଯୁବତୀଙ୍କୁ ଥାନାକୁ ଆଣିଥିଲା । ସେଠାରେ ଯୁବତୀ ଦ୍ବୟ ସ୍ବଇଚ୍ଛାରେ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସ୍ପଷ୍ଟ କରିବା ସହ ଏଥିରେ ବାଧା ସୃଷ୍ଟି କଲେ ଅଥବା ସେମାନଙ୍କୁ ଅଲଗା କରିବାକୁ ଉଦ୍ୟମ କଲେ ଆତ୍ମହତ୍ୟା କରିେବ ବୋଲି ବୟାନ ଦେଇଥିଲେ। ଅନ୍ୟପକ୍ଷରେ ପଟ୍ଟାମୁଣ୍ତାଇ ଅଞ୍ଚଳର ଯୁବତୀଙ୍କ ପିତା-ମାତା ଥାନାରେ ଆଣିଥିବା ଅଭିଯୋଗକୁ ଦୁଇ ବାନ୍ଧବୀ ଖଣ୍ତନ କରିଛନ୍ତି । ଚେନ୍ନାଇ ନେଇ ବିକ୍ରି କରାଯିବା ଅବା ଦେହ ବ୍ୟବସାୟରେ ଲଗାଇବା ଉଦ୍ୟମ ଭଳି ସ˚ଗୀନ ଅଭିଯୋଗର ସତ୍ୟତା ନାହିଁ ବୋଲି ସେମାନେ ସ୍ପଷ୍ଟ କରିଥିଲେ। ଏହାଛଡ଼ା ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରା ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇଥିବାରୁ ସେମାେନ ମଧୢ ଏକାଠି ରହିବାକୁ ଚାହାନ୍ତି ବୋଲି ଦୁହେଁ କହିଥିଲେ।
ସମଲିଙ୍ଗୀ ବିବାହ ପ୍ରସଙ୍ଗ: କୋର୍ଟରେ ଦୁଇ ଯୁବତୀଙ୍କ ବୟାନ ରେକର୍ଡ
/sambad/media/post_attachments/wp-content/uploads/2018/11/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)