ପୁରୀ/ନିମାପଡ଼ା: ନିମାପଡ଼ା ଆସନ ପାଇଁ ବିଜେଡି ଟିକେଟ ଘୋଷଣା କରିଛି। ଏହି ନିର୍ବାଚନମଣ୍ଡଳୀରୁ ଏଥର ବିଜେଡି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଟିକେଟ ନ ଦେଇ ୧୦ ଦିନ ତଳେ ବିଜେଡିରେ ମିଶିଥିବା ଦିଲୀପ କୁମାର ନାୟକଙ୍କୁ ଟିକେଟ ଦେଇଛି। ଦିଲୀପ ୨୦୧୮ରେ ନିମାପଡ଼ା-ଗୋପ ନବନିର୍ମାଣ ପରିଷଦ ଗଠନ କରି ରାଜନୀତିରେ ପାଦ ଦେଇଥିଲେ। ୨୦୧୯ ଦିଲୀପଙ୍କୁ କଂଗ୍ରେସ ଦଳରେ ମିଶାଇ ଟିକେଟ ଦେଇଥିଲା। ୨୦୧୯ରେ କଂଗ୍ରେସ ଟିକେଟରେ ପ୍ରଥମ ଥର ଲଢ଼ି ଦିଲୀପ ପ୍ରାୟ ୩୪ ହଜାର ଭୋଟ୍ ପାଇ ତୃତୀୟରେ ରହିଥିଲେ। ପରେ ଦିଲୀପ କଂଗ୍ରେସ ହାତ ଛାଡ଼ି ବିଜେପିରେ ମିଶିଥିଲେ। ୫ ବର୍ଷ ଧରି ଦଳରେ ସାଂଗଠନିକ କାର୍ଯ୍ୟ କରି ନିରାଶ ହେବା ପରେ ୧୦ ଦିନ ତଳେ ସେ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି। ପୂର୍ବରୁ ଦୁଇ ଜାତୀୟ ଦଳ ଛାଡ଼ି ସାରିଥିବା ଦିଲୀପଙ୍କ ଉପରେ ଏଥର ବିଜେଡି ଭରସା କରିଛି। ସମୀରଙ୍କ ବଦଳରେ ତାଙ୍କୁ ଟିକେଟ ଦେଇ ବିଜୟର ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ପୂର୍ବରୁ ନିମାପଡ଼ା ବିଧାନସଭା ଆସନ ପାଇଁ ବିଜେପି ପ୍ରଭାତୀ ପରିଡ଼ାଙ୍କୁ ଟିକେଟ ଦେଇସାରିଛି। ବିଜେଡି ଆଜି ଦିଲୀପଙ୍କୁ ଦଳୀୟ ଟିକେଟ ଦେଇଥିବାବେଳେ କଂଗ୍ରେସ ଅଦ୍ୟାବଧି ଟିକେଟ ଘୋଷଣା କରିନି।
ସମୀର ଦାଶଙ୍କ ଟିକେଟ କଟିଲା, ଦିଲୀପ ବିଜେଡିରୁ ଲଢ଼ିବେ
/sambad/media/post_attachments/wp-content/uploads/2024/04/dgjgjgjjg-1.jpg)