ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ଦାବି ନେଇ ବିଜେପି ଗଜପତି ମହାରାଜଙ୍କୁ ଭେଟିବ ବୋଲି ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ପରେ ବି ଏପର୍ଯ୍ୟନ୍ତ କମିଟି ଗଠନ କାହିଁକି ହୋଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ସେ। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ ତାରିଖରେ ରିଜଲ୍ୟୁସନ କରି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାର ଖୋଲିବା ଲାଗି କମିଟି ଗଠନ କରାଯିବ। କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ କିନ୍ତୁ କାହିଁକି ଏ ଯାଏଁ କମିଟି ହୋଇନି ବୋଲି ପ୍ରଶ୍ନ ଉଠାଇଛି ବିଜେପି।
ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜି.ବି. ପଟ୍ଟନାୟକ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ ବୋଲି ବିଜେପି ଚହେଁ ବୋଲି ସମୀର ମହାନ୍ତି କହିଛନ୍ତି।
୪୫ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି କି କୌଣସି ଇନଭେଣ୍ଟରି କରାଯାଇନାହିଁ। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ। ଗଜପତି ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ଭେଟି ଏ ସମ୍ପର୍କରେ ଅବଗତ କରିବ ବୋଲି କହିଛନ୍ତି ସମୀର ମହାନ୍ତି।