ଭୁବନେଶ୍ୱର:ବିଜେପି ଉପସଭାପତି ସମୀର ମହାନ୍ତି ଦଳ ଜାରି କରିଥିବା ନକଲି ଗୁଇନ୍ଦା ଚିଠି ମାମଲାରେ ନିର୍ବାଚନ କାର୍ଯ୍ୟବ୍ୟସ୍ତତା ଯୋଗୁଁ ହାଜର ପାଇଁ ପୁଣି ସମୟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ହାରିଯିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହେଉଥିବା ଦର୍ଶାଇ ବିଜେପି ଏକ ଗୁଇନ୍ଦା ରିପୋର୍ଟ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲା, ଯାହାକୁ ଓଡିଶା ପୁଲିସ ନକଲି କହିବା ସହ ସାମ୍ବାଦିକ ସମ୍ମିଳନୀ ଡାକିଥିବା ବିଜେପି ନେତା ଗୋଲକ ମହାପାତ୍ର, ସମୀର ମହାନ୍ତି ଓ ଟଙ୍କଧର ତ୍ରିପାଠୀଙ୍କୁ ହାଜର ପାଇଁ ନୋଟିସ କରିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସେହି ନୋଟିସ ଆଧାରରେ ହାଜର ପାଇଁ ସମୟ ମାଗିଛନ୍ତି ବିଜେପି ଉପସଭାପତି । ସମୀର ମହାନ୍ତିଙ୍କୁ ଭୁବନେଶ୍ୱର ଖାରବେଳ ନଗର ଥାନା ପୁଲିସ ହାଜର ପାଇଁ ନୋଟିସ କରିଥିଲା ।