ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ଏଥିଲାଗି ତାଙ୍କୁ ଗତ ରାତିରେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସମୀର ମହାନ୍ତି ଟୁଇଟ୍ କରି ଉଲ୍ଲେଖ କରିଛନ୍ତି, ‘ କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି । କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ ।’
ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସମୀର ମହାନ୍ତି ଗତ ଜାନୁଆରି ମାସରେ ଓଡ଼ିଶା ବିଜେପିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସମୀର ମହାନ୍ତି ଦଳର ଉପାଧ୍ୟକ୍ଷ ଥିଲେ। ସମୀର ମହାନ୍ତି ମଧ୍ୟ ଦଳର ମୁଖପାତ୍ର ଥିଲେ।

ସମ୍ବନ୍ଧିତ ଖବର