ନିମାପଡ଼ା: ବିଜେଡି ଟିକେଟରୁ ବଞ୍ଚିତ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଗୋଷ୍ଠୀ ପୁଣି ଆଜି ଏକ ଜରୁରୀ ବୈଠକରେ ଏକାଠି ହୋଇଛନ୍ତି। ନିମାପଡ଼ା ନିର୍ବାଚନମଣ୍ଡଳୀର ୪୬ଟି ପଞ୍ଚାୟତ ଓ ଏନ୍ଏସି ୱାର୍ଡ ବିଜେଡି ସଭାପତିମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିବା କର୍ମକର୍ତ୍ତାମାନଙ୍କୁ ଆସନ୍ତା ୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବିଧାୟକ ଶ୍ରୀ ଦାଶ କହିଛନ୍ତି। ସେହିଦିନ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ପୁର୍ନବାର ଦଳର ମୁଖିଆ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ବିଧାୟକ ଶ୍ରୀ ଦାଶ ବିଜେଡିର ଏହି କର୍ମକର୍ତ୍ତାମାନଙ୍କୁ ଆଶ୍ବାସନା ଦେଇଥିବା ଜଣାଯାଇଛି। ଏହି ବୈଠକରେ ଶ୍ରୀ ଦାଶଙ୍କ ସମର୍ଥିତ ନିମାପଡ଼ା, ଗୋପ ବ୍ଲକ୍ ଏବଂ ନଗର କମିଟିର ସଭାପତିମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us