ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା
ଭୁବନେଶ୍ୱର : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ବୁଧବାର ଦିନ ୨୪ ଘଣ୍ଟା ଭିତରେ ୪୯,୯୦୯ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୮୦୫୧ଟି ଆରଟି-ପିସିଆର, ୪୧,୭୨୯ଟି ଆଣ୍ଟିଜେନ ଓ ୧୨୯ଟି ଟ୍ରୁନଟ୍ ନମୁନା ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକ ପରୀକ୍ଷଣ ହେଉଛି କରୋନା ବିରୋଧୀ ଲଢେଇର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ସଙ୍ଗରୋଧ କରିବା ହେଉଛି କୋଭିଡ୍ ନମୁନା ପରୀକ୍ଷାର ଲକ୍ଷ୍ୟ। କିନ୍ତୁ ପରୀକ୍ଷା କମୁଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଥିବା କୁହାଯାଉଛି ।