ସମଲେଶ୍ବରୀ ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବିକାଶ ଯୋଜନା: ଡିସେମ୍ବର ୧୫ରେ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି

କଟକ : ଆସନ୍ତା ଡିସେମ୍ବର ୧୫ରେ ସମଲେଇ ଯୋଜନା ସଂପର୍କିତ ସମସ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ।

ଗୁରୁବାର ଦିନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌ .ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାଗୁଡ଼ିକର ଏକତ୍ର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ସମଲେଶ୍ବରୀ ଯୋଜନା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ (ଏସ୍‌ଏଲ୍‌ପି) ଦାଖଲ କରାଯାଇଛି। ୨୦୨୨, ଜୁଲାଇ ୧୨ରେ ହାଇକୋର୍ଟ ଜୁନ୍ ୨୭ର ଅନ୍ତରୀଣ ଅ‌ାଦେଶ ଉଠାଇବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାୟର ହୋଇଥିବା କୁହାଯାଉଥିଲା। ମାତ୍ର, ଏପର୍ଯ୍ୟନ୍ତ ଏପରି ଏସ୍‌ଏଲ୍‌ପି ନମ୍ବର ହୋଇ ନଥିବା ଓ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇ ନଥିବା ଆଜି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ହାଇକୋର୍ଟରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଡିସେମ୍ବର ୧୫କୁ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର