ଭୁବନେଶ୍ବର : ସମ୍ବଲପୁର ମା’ ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣର ପ୍ୟାକେଜରେ ପାତରଅନ୍ତର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ବିସ୍ଥାପିତମାନେ ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ।
ଏଥିରେ କୁହାଯାଇଛି ଯେ, ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣରେ ଉଚ୍ଛେଦ ପ୍ରକ୍ରିୟା ଦଳିତ ଅଧ୍ୟୁଷିତ ଅଞ୍ଚଳ ଘୁନଘୁଟି ପଡ଼ାରୁ ଆରମ୍ଭ ହୋଇଛି। ଏଠାରେ ବିସ୍ଥାପିତ ହେବାକୁ ଥିବା ୨୨୦ ପରିବାର ମଧ୍ୟରୁ ସମୁଦାୟ ୧୨୦ ଜଣଙ୍କୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ କ୍ଷତିପୂରଣ ପ୍ୟାକେଜ ସ୍ବରୂପ ୬୪୦ ବର୍ଗଫୁଟ ଜମି, ଘର ମୂଲ୍ୟାଙ୍କନ ଅର୍ଥ, ପରିବହନ ବାବଦରେ ୬ ହଜାର, ଘର ଭଡ଼ା ୬ ମାସର ୨୫ ଶହ ଏବଂ ଘର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଦିଆଯାଇଛି। ଅନ୍ୟଦିଗରେ ଏହି ପ୍ରକଳ୍ପରେ ବିସ୍ଥାପିତ ଅନ୍ୟ ବର୍ଗମାନଙ୍କୁ ୧୨୦୦ ବର୍ଗଫୁଟ ଜମି, ପରିବହନ ବାବଦରେ ୧ ଲକ୍ଷ ଟଙ୍କା, ଘର ଭଡ଼ା ୧୨ ହଜାର, ବ୍ୟକ୍ତିପିଛା କ୍ଷତିପୂରଣ ୨୦ ଲକ୍ଷ ଏବଂ ବର୍ତ୍ତମାନ ରହୁଥିବା ଘର ଠାରୁ ୫୦୦ ମିଟର ଦୂରରେ ଥଇଥାନ କରାଯାଉଛି। ଏଭଳି ପାତରଅନ୍ତର କାହିଁକି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବିସ୍ଥାପିତଙ୍କ ପୁନର୍ବାସ କଲୋନିରେ ରାସ୍ତା, ପାଣି, ବିଜୁଳି, ଡ୍ରେନେଜ, ସ୍ବେରେଜ, କଲ୍ୟାଣ ମଣ୍ଡପ, କ୍ଲବ ଘର, କମ୍ୟୁନିଟି ହଲ, ଶିଶୁ ଉଦ୍ୟାନ, ମନ୍ଦିର, ମଠ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ସ୍ବାସ୍ଥ୍ୟ ସେବା ଆଦି ଦେବା ପାଇଁ ପ୍ରତିଶ୍ରୁତି ଥିଲା। ମାତ୍ର ୬ ମାସ ପରେ ମଧ୍ୟ କୌଣସି ସୁବିଧା ହୋଇ ପାରିନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/m1-1.jpg)