ମା’ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା

ସମ୍ବଲପୁର: ମା’ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ ଆଜି ବିଭିନ୍ନ ପ୍ରକାର କଟକଣା ଜାରି ହୋଇଛି। ମା’ ସମଲେଶ୍ୱରୀଙ୍କ ଗମ୍ଭୀରା (ଗର୍ଭଗୃହ) ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି। ଭକ୍ତମାନେ ମା’ଙ୍କୁ ବାହାର ପାର୍ଶ୍ୱରୁ ଦର୍ଶନ କରିପାରିବେ। ଏଥି ପାଇଁ ସେମାନଙ୍କୁ ଧାଡ଼ିରେ ରହିବାକୁ ପଡ଼ିବ। ସେହିଭଳି ଭକ୍ତମାନେ ପରସ୍ପର ଠାରୁ ଦୂତରା ରକ୍ଷା କରିବେ। ଧାଡ଼ିରେ ପ୍ରତି ଭକ୍ତଙ୍କ ମଧ୍ୟରେ ୧ ମିଟର ଦୂତରା ସମନ୍ଵୟ ରଖିବା ପାଇଁ କୁହାଯାଇଛି। କରୋନା ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ଏହି ନିଦ୍ଦେର୍ଶନାମା ଜାରି କରିଛି।

ସେହିପରି ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ଭୋଗମଣ୍ଡପରେ ପ୍ରସାଦ ସେବନ ସମୟରେ ମଧ୍ୟ ପ୍ରତି ଭକ୍ତଙ୍କ ମଧ୍ୟରେ ୪ ଫୁଟ ଦୂରତା ରଖି ବସିବା ପାଇଁ କୁହାଯାଇଛି। ସମ୍ବଲପୁରରେ ଆଜି ପ୍ରଶାସନ ତରଫରୁ ସବୁ ସପିଂମଲ୍‌ଗୁଡ଼ିକ ବନ୍ଦ କରାଯାଇଛି। ବଡ଼ ଷ୍ଟୋରଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି। ମହାନଗର ନିଗମର ଏକ ଟିମ ଖୋଲା ଥିବା ବଡ଼ ବଡ଼ ମଲଗୁଡ଼ିକ ବନ୍ଦ କରାଇଛନ୍ତି।

ସମ୍ବନ୍ଧିତ ଖବର