ସୂର୍ଯ୍ୟୋପରାଗ ପାଇଁ ମଙ୍ଗଳବାର ବନ୍ଦ ରହିବ ସମଲେଶ୍ବରୀଙ୍କ ଦର୍ଶନ      

ସମ୍ବଲପୁର: ସୂର୍ଯ୍ୟ ପରାଗ ପାଇଁ ମା ସମଲେଶ୍ଵରୀଙ୍କ ପୀଠରେ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୫ ତାରିଖ ମଂଗଳବାର ଭୋର୍ ୪ଟା ସମୟରେ ସମଲେଶ୍ବରୀ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ କାର୍ଯ୍ୟ ସଂପନ୍ନ କରାଯିବାକୁ ସ୍ଥିର ହୋଇଛି। ତେବେ, ଭୋର୍‌ ସାଢ଼େ ୪ଟା ସମୟରେ ସମଲେଶ୍ବରୀ ମନ୍ଦିର ବନ୍ଦ ରଖାଯିବ।

ବୁଧବାର ସକାଳ ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିବ। ୨୬ ତାରିଖ ସୂର୍ଯ୍ୟୋଦୟ ପରେ ମନ୍ଦିର ଶୋଧନପୂର୍ବକ ସମଲେଶ୍ବରୀଙ୍କ ନୀତିକାନ୍ତି ଓ ମଙ୍ଗଳ ଆଳତି ସଂପନ୍ନ ହେବା ପରେ ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ ସୁଯୋଗ ମିଳିବ ବୋଲି ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ କୁମାର ବାବୁ କହିଛନ୍ତି।

ସମ୍ବନ୍ଧିତ ଖବର