ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଟିକେଟ ପାଇବା ପରେ ସୌମ୍ୟରଞ୍ଜନ ଦଳର ମୁଖିଆଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ଖଣ୍ଡପଡ଼ା ବିଧାନସଭାରୁ ଦଳୀୟ ପ୍ରାର୍ଥୀ ହେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ। ନବୀନବାବୁ ମୋର ପୁରୁଣା ଅଭିଳାଷକୁ ପୂରଣ କରିବା ପାଇଁ ସୁଯୋଗ ଦେଇଛନ୍ତି। ଗତ ୨୦ବର୍ଷ ଧରି ମୋ ସହିତ ରହି ଆସିଥିବା ଖଣ୍ଡପଡ଼ାବାସୀଙ୍କର ଇଚ୍ଛା ଥିଲା ମୁଁ ଅନ୍ତତଃ ଥରଟିଏ ସେମାନଙ୍କର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଏ। ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି।

publive-image

ଏଥିସହ ସୌମ୍ୟରଂଜନ କହିଛନ୍ତି, ମୁଁ ଟିକେଟ ପାଇବା ପରେ କିଛି ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହା ସ୍ୱାଭାବିକ ମଧ୍ୟ। ତେବେ ସମସ୍ତ ଅସନ୍ତୋଷକୁ ପଛରେ ପକାଇ ଖଣ୍ଡପଡ଼ାର ପ୍ରତିଦ୍ୱନ୍ଦ୍ୱୀ ଓ ଦଳୀୟକର୍ମୀମାନଙ୍କୁ ବିଜୁ ଜନତାଦଳ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଲାଗି ଏକାଠି ହୋଇ ଲଢ଼ିବାକୁ ନିବେଦନ କରୁଛି। ଏହାଦ୍ୱାରା ବିଜୁ ଜନତା ଦଳ ଖଣ୍ଡପଡ଼ାରେ ବୃହତ ବିଜୟ ହାସଲ କରିପାରିବ।