ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧,୦୯୬ କରୋନା ନମୁନା ପରୀକ୍ଷା
ଭୁବନେଶ୍ୱର : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧,୦୯୬ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୫, ୯୭୦ଟି ଆରଟି-ପିସିଆର, ୩୫,୦୮୨ଟି ଆଣ୍ଟିଜେନ ଓ ୪୪ଟି ଟ୍ରୁନଟ୍ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୩୭୬୨ କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ଗଞ୍ଜାମ ଜିଲ୍ଲାରେ ୨୯୯୬, ମୟୂରଭଞ୍ଜ ଜିଲ୍ଲାରେ ୨୬୩୪ ଓ କେନ୍ଦୁଝର ଜିଲ୍ଲାରେ ୨୫୧୭ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକ ପରୀକ୍ଷଣ ହେଉଛି କରୋନା ବିରୋଧୀ ଲଢେଇର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ସଙ୍ଗରୋଧ କରିବା ହେଉଛି କୋଭିଡ୍ ନମୁନା ପରୀକ୍ଷାର ଲକ୍ଷ୍ୟ। କିନ୍ତୁ ପରୀକ୍ଷା କମୁଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଥିବା କୁହାଯାଉଛି ।