ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ କୁନିଝିଅ ‘ସମ୍ପୂର୍ଣ୍ଣ ସାହିରା’

୨ ମିନିଟ୍‌ ୧୭ ସେକେଣ୍ଡରେ କହିଲେ ୩୦ ଜିଲ୍ଲା ଓ ୧୭ ଜାତୀୟ ପ୍ରତୀକର ନାମ

ଚିତ୍ରଡ଼ା: ଅଢ଼େଇ ବର୍ଷର ଶିଶୁକନ୍ୟା ସମ୍ପୂର୍ଣ୍ଣା ସାହିରା ମହାନ୍ତ ମାତ୍ର ୨ ମିନିଟ୍‌ ୧୭ ସେକେଣ୍ଡରେ ୩୦ଟି ଜିଲ୍ଲା ଓ ୧୭ଟି ଜାତୀୟ ପ୍ରତୀକର ନାମ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଶୀର୍ଷାପାଳ ଗ୍ରାମର ନୀଳକଣ୍ଠ ଓ ଦମୟନ୍ତୀ ମହାନ୍ତଙ୍କ ଝିଅ ହେଉଛନ୍ତି ସମ୍ପୂର୍ଣ୍ଣା ସାହିରା। ବାପା ପଞ୍ଚାୟତିରାଜ ବିଭାଗର ବରିଷ୍ଠ କିରାଣି ଥିବାବେଳେ ମା’ ଜଣେ ଗୃହିଣୀ। ଝିଅକୁ ଯେତେବେଳେ ବର୍ଷେ ପୂରିଲା, ସେବେଠୁ ତାର ଧୀଶକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ।

ଏତେ କମ୍ ବୟସରେ ସବୁକଥା ମନେ ରଖିପାରୁଥିବାରୁ ତାକୁ ବିଭିନ୍ନ କଥା ଶିଖାଉଥିଲେ ବାପା, ମା। ଗତମାସ ୨୬ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ଅନ୍‌ଲାଇନ୍‌ରେ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଥିଲେ ସମ୍ପୂର୍ଣ୍ଣା ସାହିରା। କୁନିଝିଅର ଏହି ସଫଳତା ପାଇଁ ସଂସ୍ଥାର ଚିଫ୍‌ ଏଡିଟର ବିଶ୍ୱରୂପ ରାୟ ଚୌଧୁରୀ ତାଙ୍କୁ ମାନପତ୍ର ଓ ମେଡାଲ୍‌ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର