ସମୁନି ଓ ମଧୁସ୍ମିତା ଶ୍ରେଷ୍ଠ ଭେକ୍ସିନେଟର୍

ବାଲେଶ୍ଵର: ବିଶ୍ବ ମହିଳା ଦିବସ ଅବସରରେ କୋଭିଡ୍-୧୯ର ଶ୍ରେଷ୍ଠ ମହିଳା ଭେକ୍ସିନେଟରଙ୍କୁ  ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ବାଲେଶ୍ଵର ଜିଲ୍ଲାରୁ ଦୁଇ ଜଣ ଶ୍ରେଷ୍ଠ ଭେକ୍ସିନେଟର୍ ତଥା ଟୀକାକରଣରେ ନିୟୋଜିତ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ଭାବେ ସମୁନି ନାୟକ ଓ ମଧୁସ୍ମିତା ଜେନାଙ୍କୁ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଓ ମନ୍ତ୍ରୀ ଡ. ଭାରତୀ ପ୍ରଭିନ ପାୱାର ସମ୍ବର୍ଦ୍ଧିତ କରିଥିଲେ।

ଉଭୟଙ୍କୁ ଜିଲ୍ଲା ପ୍ରଶାସନ ତଥା ହସପିଟାଲ୍ ପକ୍ଷରୁ ଶୁଭେଚ୍ଛା ଜାଣାଯାଇଛି। ସମୁନି ନାୟକଙ୍କ ଘର ବାଲେଶ୍ଵର ସହରରେ ହୋଇଥିବା ବେଳେ ମଧୁସ୍ମିତାଙ୍କ ଘର ଖଇରା କୁପାରୀ ଅଞ୍ଚଳରେ ଜଣାଯାଇଛି।

ସମ୍ବନ୍ଧିତ ଖବର