ସମ୍ବିତ ଓ ପୃଥ୍ୱୀରାଜଙ୍କ ଜନସଂପର୍କ ପଦଯାତ୍ରା

ନାଚୁଣୀ: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ଡା. ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ। ପରେ ଚ଼ଣ୍ଡେଶ୍ବର ପଞ୍ଚାୟତ, କଳକଳେଶ୍ବର ପଞ୍ଚାୟତ, ଜରିପଡ଼ା ପଞ୍ଚାୟତ‌ରେ ଜନସମ୍ପର୍କ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ ପାନୀୟ ଜଳ ସମସ୍ୟାର ସମାଧାନ, ଚ଼ିଲିକାର‌ ପୁନରୁଦ୍ଧାର, ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ କୃଷି, ମତ୍ସ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ କରି ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି ଜମିକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଡା. ସମ୍ବିତ ପାତ୍ର ଚ଼ିଲିକାର ସାମୁଦ୍ରିକ ମୁହାଣ ଖନନ, ନଳଘାସ ଦମନ ଇତ୍ୟାଦି କାର୍ଯ୍ୟ କରି ଚ଼ିଲିକାରେ ମତ୍ସ୍ୟ ଉତ୍ପାଦନ ବହୁ ଗୁଣିତ କରିବା ସଙ୍ଗେ ସଙ୍ଗେ ଚ଼ିଲିକା ଚ଼ାରିକଡ଼େ ରିଙ୍ଗ ବନ୍ଧ‌‌ ଓ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ‌ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହି ପଦଯାତ୍ରାରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷ‌ ଜ୍ୟୋତ୍ସ୍ନା ବେହେରା, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ‌, କଳକଳେଶ୍ବର ପଞ୍ଚାୟତର ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଜେନା, ସମିତିସଭ୍ୟ ସବିତା ବିଶ୍ବାଳ, ଜରିପଡ଼ା ପଞ୍ଚାୟତ‌ର ସରପଞ୍ଚ ଦିପୁନା କୁମାରୀ ସାହୁ, ସମିତିସଭ୍ୟ ମନୋରମା ବେହେରା, ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରା, ସୋରଣ ପଞ୍ଚାୟତର‌ ସରପଞ୍ଚ ଶେଷଦେବ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର